ପୁତ୍ରଦା ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ
ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ – ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I ପୂର୍ବକାଳରେ [...]
ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି ।
ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ – ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I ପୂର୍ବକାଳରେ ଭଦ୍ରାବତୀପୁରୀ ରାଜା ସୁକେତୁମାନ୍ ଶାସନ କରୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲା ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ । ଦିନେ ରାଜା ରାଜପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ । ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା । ରାଜା ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜି ବୁଲିଲେ । ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନିଋଷିମାନଙ୍କର ଆଶ୍ରମ ସ୍ଥଳୀ ରହିଥିବାର ଦେଖିଲେ । ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା । ସେ ତତ୍କ୍ଷଣାତ ଘୋଡା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନିଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ । ତାଙ୍କର ବନ୍ଦନାରେ ମୁନିଋଷିମାନେ ପ୍ରସନ୍ନ ହେଲେ । ରାଜା ମୁନିମାନଙ୍କୁ ଦେଖି ପଚାରିଲେ ଆପଣମାନେ କିଏ ? ଆପଣଙ୍କ ନାମ କ’ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି ? ମୁନି କହିଲେ – ଆମେ ସମସ୍ତେ ବିଶ୍ୱେଦେବ । ସ୍ନାନ କରିବାକୁ ଆସିଛୁ । ମାଘମାସ ନିକଟରେ ଆସୁଛି । ଆଜିଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି । ଆଜି ହିଁ ପୁତ୍ରଦା ଏକାଦଶୀ ଯିଏ ଏହି ବ୍ରତ ପାଳନ କରିବ ତା’ର ପୁତ୍ର ହେବ । ରାଜା କହିଲେ ହେ ବିଶ୍ୱେଦେବଗଣ ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋତେ ପୁତ୍ର ଦିଅନ୍ତୁ । ମୁନି କହିଲେ ରାଜନ୍ ଏହି ବ୍ରତ ବହୁତ ବିଖ୍ୟାତ I ଆଜିଠାରୁ ଏହିବ୍ରତ ପାଳନ କରନ୍ତୁ । ମହାରାଜ ଭଗବାନ୍ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ । ଏହି ପ୍ରକାର ମୁନିଙ୍କ କହିବାନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ I ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ । ସେହିଦିନ ରାଣୀ ଗର୍ଭଧାରଣ କଲେ । ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଥିଲେ ।
ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ରଖିବାଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକଙ୍କ ବିଶ୍ୱାସ I
Puri Gajapati Maharaj Meets CM Naveen Patnaik
Next Articleଏ ଜାତିର ଚିର ନମସ୍ୟ ସଂଗ୍ରାମୀ ଚକରା ବିଶୋଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
