News Room Odisha
BREAKING
Odia

ବିଧାନସଭା ବାଚସ୍ପତିଙ୍କ ଆଦେଶ ବିରୋଧରେ ଠାକରେ ଗୋଷ୍ଠୀର ଆବେଦନ ଉପରେ ସିନ୍ଦେ ଓ ଅନ୍ୟ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ କେତେକ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ପିଟିସନରେ ଉଦ୍ଧବ ଠାକରେ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ନିକଟରେ ବାଚସ୍ପତି ନାର୍ଭେକର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳକୁ ‘ପ୍ରକୃତ ଶିବସେନା’ ବୋଲି ଘୋଷଣା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ [...]

Admin•January 22, 2024
Share Article:

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ କେତେକ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ପିଟିସନରେ ଉଦ୍ଧବ ଠାକରେ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ନିକଟରେ ବାଚସ୍ପତି ନାର୍ଭେକର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳକୁ ‘ପ୍ରକୃତ ଶିବସେନା’ ବୋଲି ଘୋଷଣା କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଠାକରେ ଗୋଷ୍ଠୀ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଳ ସିବଲ ଏବଂ ଅଭିଷେକ ସିଂଘଭିଙ୍କ ଯୁକ୍ତି ଶୁଣିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଅନ୍ୟ ବିଧାୟକଙ୍କଠାରୁ ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।

ପ୍ରାରମ୍ଭରେ ସୁପ୍ରିମକୋର୍ଟ କହିଥିଲେ ବମ୍ବେ ହାଇକୋର୍ଟ ମଧ୍ୟ ଏହି ପିଟିସନର ଶୁଣାଣି କରିପାରିବେ । ତେବେ ଠାକରେ ଗୋଷ୍ଠୀର ଓକିଲ ଏହି ଧାରଣାକୁ ବିରୋଧ କରିଥିଲେ । ସେମାନେ ଯୁକ୍ତି କରିଥିଲେ ଯେ ଏହି ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ହିଁ ଅଧିକ ଉପଯୁକ୍ତ ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଜାନୁଆରୀ ୧୦ରେ ସିନ୍ଦେଙ୍କ ସହ ଶାସକ ଶିବିରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଠାକରେ ଦଳର ଆବେଦନ ଖାରଜ କରିଥିଲେ।

ବିଧାନସଭା ବାଚସ୍ପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଠାକରେ ଗୋଷ୍ଠୀ ଏହାକୁ ବେଆଇନ ଏବଂ ଭୁଲ୍ ବୋଲି କହିଥିଲା । ଦଳବଦଳ ପାଇଁ ଶିବସେନାର ବିଦ୍ରୋହୀ ବିଧାୟକ ମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୁରସ୍କୃତ କରାଯାଇଛି ବୋଲି ଠାକରେ ଗୋଷ୍ଠୀ ଅଭିଯୋଗ କରିଥିଲା।

#Odia#Odisha#News
Share Article:

Related Articles