News Room Odisha
BREAKING
Odia

ଆଜି ଅପରାହ୍ନରେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା ପରେ ପ୍ରଥମ ଥର ପାଇଁ ଆଜି ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ତିନିରଥ ଆଦିକୁ ନେଇ ଚାଲିଥିବା ପ୍ରଦର୍ଶନୀ ଦେଖିବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୪୫ ମିନିଟରେ ମାଟିତୋଟା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ [...]

Admin•January 23, 2024
Share Article:

ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା ପରେ ପ୍ରଥମ ଥର ପାଇଁ ଆଜି ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ତିନିରଥ ଆଦିକୁ ନେଇ ଚାଲିଥିବା ପ୍ରଦର୍ଶନୀ ଦେଖିବେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୪୫ ମିନିଟରେ ମାଟିତୋଟା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ ଶ୍ରୀସେତୁ ଦେଇ କାରରେ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟରରେ ପହଞ୍ଚିବେ । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବା ସହ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଚାଲିଥିବା ମହାପ୍ରଭୁଙ୍କ ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିବେ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପ୍ରଦକ୍ଷିଣ କରିଥିଲେ।

#Odia#Odisha#News
Share Article:

Related Articles