ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଛାତ୍ର ଓ ସାଧାରଣ ଲୋକଙ୍କ ସହ ବିଚାର ଆଲୋଚନା କରିଥିଲେ। ଗଜପତି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାଣ୍ଡିଆନ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଭା [...]
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଛାତ୍ର ଓ ସାଧାରଣ ଲୋକଙ୍କ ସହ ବିଚାର ଆଲୋଚନା କରିଥିଲେ। ଗଜପତି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାଣ୍ଡିଆନ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ସାଜିଥିବା ନେଇ ୫-ଟି ଅଧ୍ୟକ୍ଷ ଆଲୋଚନା କରିଥିଲେ। ବୌଦ୍ଧିକ ସଫଳତା ସହ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶର ଏହି ମଞ୍ଚ ସହାୟକ ହୋଇପାରିବ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ କଠୋର ପରିଶ୍ରମ ସହ ଆତ୍ମବିଶ୍ଵାସ ନେଇ କାମ କଲେ ହିଁ ଜୀବନରେ ସଫଳ ହୋଇପାରିବେ ବୋଲି ୫-ଟି ଅଧ୍ୟକ୍ଷ ମତ ଦେଇଥିଲେ। ଫେବ୍ରୁଆରୀ ସୁଦ୍ଧା ଜିଲ୍ଲାରେ କଲେଜ ରୂପାନ୍ତରଣ ପ୍ରକଳ୍ପ ଶେଷ ହୋଇଯିବ ବୋଲି ୫-ଟି ଅଧ୍ୟକ୍ଷ ଏହି ଅବସରରେ କହିଥିଲେ।
ଜିଲ୍ଲାରେ ମୋଟ ୫୪ କୋଟି ଟଙ୍କା ବ୍ୟୟରେ ଚାଲିଥିବା ୯ଟି ସେତୁର କାମ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଗତବର୍ଷ ମେ’ ମାସରେ ତାଙ୍କର ଜିଲ୍ଲା ଗସ୍ତ ବେଳେ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ।
ପରେ ୫-ଟି ଅଧ୍ୟକ୍ଷ ଜିଲ୍ଲାର ପ୍ରମୁଖ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ୯୬୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଛେଳିଗଡ ଜଳସେଚନ ପ୍ରକଳ୍ପ ସମେତ ରାୟଗଡ଼ା ବ୍ଲକକୁ ପାଇପ ପାଣି ଯୋଗାଣ ପ୍ରକଳ୍ପ, ପାରଳାଖେମୁଣ୍ଡି ବାଇପାସ୍ ରୋଡ୍, ବିଭିନ୍ନ ଜଳପ୍ରପାତ ଓ ଭିଉ ପଏଣ୍ଟର ଉନ୍ନତିକରଣ, ଜିରାଙ୍ଗ ମଠର ଉନ୍ନତିକରଣ ଓ ଜିଲ୍ଲାର ବିଭିନ୍ନ ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ଏସବୁ ମଧ୍ୟରୁ କିଛି ପ୍ରକଳ୍ପ ଗତବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ବେଳେ ମିଳିଥିବା ଦାବିପତ୍ର ଆଧାରରେ ହାତକୁ ନିଆଯାଇଛି।
ଗଜପତି ଜିଲ୍ଲା ଗସ୍ତରେ ଆଜି ସେ କାଶୀନଗର ଓ ରାମଗିରିଠାରେ ସାଧାରଣ ଜନତାଙ୍କ ସହ ଆଲୋଚନା କରି ଆପତ୍ତି ଅଭିଯୋଗ ଶୁଣିବା ସହ ଖୁବ୍ ଶୀଘ୍ର ସମାଧାନର ଆଶ୍ୱାସନା ଦେଉଥିଲେ ୫-ଟି ଅଧ୍ୟକ୍ଷ ।
AIIMS Bhubaneswar Conducts Successful Drone Trial for Healthcare Services
Next Articleଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ପାଇପ ବିଛା କାମ ବେଳେ ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
