‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା, ଲୋକସଭା ନିର୍ବାଚନ ଏକା ଲଢ଼ିବ ତୃଣମୂଳ କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ଦଳର ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ମମତା କହିଛନ୍ତି, ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଖାରଜ କରାଯାଇଛି । ତେଣୁ ତୃଣମୂଳ କଂଗ୍ରେସ ରାଜ୍ୟରେ କୌଣସି ଦଳ ସହ ମେଣ୍ଟ କରିବନି ବରଂ ଏକା ନିର୍ବାଚନ ଲଢ଼ିବ । ମମତା ବାନାର୍ଜୀ [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ଦଳର ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ମମତା କହିଛନ୍ତି, ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଖାରଜ କରାଯାଇଛି । ତେଣୁ ତୃଣମୂଳ କଂଗ୍ରେସ ରାଜ୍ୟରେ କୌଣସି ଦଳ ସହ ମେଣ୍ଟ କରିବନି ବରଂ ଏକା ନିର୍ବାଚନ ଲଢ଼ିବ ।
ମମତା ବାନାର୍ଜୀ କହିଛନ୍ତି, “କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇ ନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ନିର୍ବାଚନ ଲଢ଼ିବୁ । ଦେଶରେ କଣ କରାଯିବ ସେନେଇ ମୁଁ ଚିନ୍ତିତ ନୁହେଁ । କିନ୍ତୁ ଆମେ ଏକ ଧର୍ମନିରପେକ୍ଷ ଦଳ । ପଶ୍ଚିମବଙ୍ଗରେ ଆମେ ଏକାକୀ ବିଜେପିକୁ ପରାସ୍ତ କରିବୁ। ”
କଂଗ୍ରେସ ଉପରେ ନିରାଶା ପ୍ରକାଶ କରି ଟିଏମସି ସୁପ୍ରିମୋ କହିଛନ୍ତି, “ମୁଁ ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ ହୋଇଥିଲେ ମଧ୍ୟ ସେମାନେ ବେଙ୍ଗଲରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆୟୋଜନ ନେଇ ମୋତେ ସୌଜନ୍ୟମୂଳକ ଭାବେ ମଧ୍ୟ ଜଣାଇ ନାହାଁନ୍ତି ।”
ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନକ ପୂର୍ବରୁ କହିଥିଲେ ଯେ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ଦଳ ଏକାଠି ଅଛନ୍ତି । ମେଣ୍ଟରେ କୌଣସି ପ୍ରକାରର ମତଭେଦ ନାହିଁ। ଭରତ ଯୋଡ଼ୋ ନ୍ୟାୟ ଯାତ୍ରା ମଧ୍ୟ ବେଙ୍ଗଲର କିଛି ଅଞ୍ଚଳ ଦେଇ ଯିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ଟିଏମସିକୁ ଲଗାତାର ଟାର୍ଗେଟ୍ କରିଆସୁଛନ୍ତି ।
ଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଘର୍ଷ କରିଥିବା ବରପୁତ୍ରମାନଙ୍କୁ କଲେ ସ୍ମରଣ
Next ArticleCM Naveen Patnaik Inaugurates Odia University, Remembers The Great Leaders Who Fought For The Protection of Odia Language
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
