News Room Odisha
BREAKING
Odia

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୌଶଳ ବିକାଶ ସଂଯୋଜକ ଓ ବ୍ଲକ ପ୍ରକଳ୍ପ ମ୍ୟାନେଜର

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡ଼ି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ କୌଶଳ ବିକାଶ ସଂଯୋଜକ ପ୍ରଦ୍ୟୁକ୍ତି ରଞ୍ଜନ ଭୂୟାଁ ଓ ବ୍ଲକ ପ୍ରକଳ୍ପ ପରିଚାଳକ ଲକ୍ଷ୍ମଣ ବିଶ୍ବାଳ । ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ( ଜିପିଏଲଏଫ )ର ଜଣେ କର୍ମକର୍ତ୍ତାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ସଂପୃକ୍ତ ଜିପିଏଲଏଫ କର୍ମକର୍ତ୍ତାଙ୍କ ଜଣେ ସମ୍ପର୍କୀୟଙ୍କୁ ମାଷ୍ଟର ବୁକ୍ କିପର [...]

Admin•January 24, 2024
Share Article:

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡ଼ି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ କୌଶଳ ବିକାଶ ସଂଯୋଜକ ପ୍ରଦ୍ୟୁକ୍ତି ରଞ୍ଜନ ଭୂୟାଁ ଓ ବ୍ଲକ ପ୍ରକଳ୍ପ ପରିଚାଳକ ଲକ୍ଷ୍ମଣ ବିଶ୍ବାଳ । ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ( ଜିପିଏଲଏଫ )ର ଜଣେ କର୍ମକର୍ତ୍ତାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ସଂପୃକ୍ତ ଜିପିଏଲଏଫ କର୍ମକର୍ତ୍ତାଙ୍କ ଜଣେ ସମ୍ପର୍କୀୟଙ୍କୁ ମାଷ୍ଟର ବୁକ୍ କିପର ଭାବେ ନିଯୁକ୍ତି ଦେବା ପାଇଁ ଦୁଇ ଅଭିଯୁକ୍ତ ଲାଞ୍ଚ ମାଗିଥିଲେ। ଏ ନେଇ ଜିପିଏଲଏଫ କର୍ମକର୍ତ୍ତା ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। କୌଶଳ ବିକାଶ ସଂଯୋଜକ ପ୍ରଦ୍ୟୁକ୍ତି ଭୂୟାଁ ୬୦ ହଜାର ଟଙ୍କା ଲାଞ୍ଚ ନେଇ ୩୦ ହଜାର ଟଙ୍କା ବ୍ଳକ୍ ପ୍ରକଳ୍ପ ମ୍ୟାନେଜର ଶିବ ପ୍ରସାଦ ବିଶ୍ବାଳଙ୍କୁ ଦେଇଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଉଭୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ।

#Odia#Odisha#News
Share Article:

Related Articles