News Room Odisha
BREAKING
Odia

୭୫ତମ ସାଧାରଣତନ୍ତ୍ର ଦିବସ: ରାଜଧାନୀରେ ରାଜ୍ୟସ୍ତରୀୟ ଉତ୍ସବ , ରାଜ୍ୟପାଳ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର – ଆଜି ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଚିତ୍ତାକର୍ଷକ ପରେଡ୍ ଆୟୋଜନ କରାଯାଉଛି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି [...]

Admin•January 26, 2024
Share Article:

ଭୁବନେଶ୍ୱର – ଆଜି ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଚିତ୍ତାକର୍ଷକ ପରେଡ୍ ଆୟୋଜନ କରାଯାଉଛି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ନେତୃତ୍ୱ ନେବେ ଆଇପିଏସ ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ ଦଳ ଭାଗ ନେବ। ଆଇଟିବିପି, ସିଆରପିଏଫ, ବିଏସ ଏବଂ, ଓଡ୍ରାଫ, ଓଡିଶା ହୋମ୍ ଗାର୍ଡ, ଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହେବେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ଜିଲ୍ଲାପାଳ ଓ ରାଜସ୍ୱ କମିଶନରମାନେ ଜାତୀୟ ପତାକା ଉତ୍ତୋଳନ କରିବେ ।

#Odia#Odisha#News
Share Article:

Related Articles