ଆମେରିକାରେ ପ୍ରଥମ, ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ
ଓ୍ୱାଶିଂଟନ: ଆମେରିକାର ଆଲାବାମାରେ ଜଣେ ହତ୍ୟା ଅଭିଯୁକ୍ତକୁ ଭିନ୍ନ ଏକ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଅଭିଯୁକ୍ତ ଜଣକୁ ନାଇଟ୍ରୋଜେନ ଗ୍ୟାସ୍ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଆମେରିକାରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଛି । ନାଇଟ୍ରୋଜେନ ଗ୍ୟାସ୍ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାରେ ବିଶ୍ଵର ପ୍ରଥମ ଦେଶ ହୋଇଛି ଆମେରିକା । ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେନେଥ ସ୍ମିଥ ନାମକ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି [...]
ଓ୍ୱାଶିଂଟନ: ଆମେରିକାର ଆଲାବାମାରେ ଜଣେ ହତ୍ୟା ଅଭିଯୁକ୍ତକୁ ଭିନ୍ନ ଏକ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଅଭିଯୁକ୍ତ ଜଣକୁ ନାଇଟ୍ରୋଜେନ ଗ୍ୟାସ୍ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଆମେରିକାରେ ପ୍ରଥମ ଥର ମୃତ୍ୟୁଦଣ୍ଡ ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଛି । ନାଇଟ୍ରୋଜେନ ଗ୍ୟାସ୍ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାରେ ବିଶ୍ଵର ପ୍ରଥମ ଦେଶ ହୋଇଛି ଆମେରିକା ।
ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେନେଥ ସ୍ମିଥ ନାମକ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ଦିଆଯାଇଛି । ଏପରି ଉପାୟରେ ମୃତ୍ୟୁଦଣ୍ଡ ପାଇବାରେ ୫୮ ବର୍ଷୀୟ କେନେଥ୍ ସ୍ମିଥ୍ ବିଶ୍ବର ପ୍ରଥମ କଏଦୀ। ଆମେରିକାରେ ୧୯୮୨ ମସିହାରୁ ବିଷ ଇଞ୍ଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲା । ହେଲେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରାଯାଇଛି ।
କେନେଥ୍ ସ୍ମିଥଙ୍କୁ ଏକ ଫେସ୍ ମାସ୍କ ପିନ୍ଧାଇ ଏକ ପମ୍ପ ଦ୍ବାରା ତାଙ୍କ ଶରୀର ଭିତରକୁ ନାଇଟ୍ରୋଜେନ୍ ଗ୍ୟାସ୍ ଛାଡ଼ି ଦିଆଯାଇଥିଲା । ଏହାପରେ ସେ କିଛି ମିନିଟ୍ ଛଟପଟ ହୋଇଥିଲେ । ପ୍ରାୟ ୨୨ ମିନିଟ୍ ପରେ ସ୍ମିଥଙ୍କୁ ମୃତ ଘୋଷଣା କରାଯାଇଥିଲା।
ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ମୃତ୍ୟୁଦଣ୍ଡ ପଦ୍ଧତିକୁ ମାନବାଧିକାର କର୍ମୀ ସମାଲୋଚନା କରିଛନ୍ତିି । ଏହା ଏକ ଅମାନବୀୟ ଓ ନିଷ୍ଠୁର ପଦ୍ଧତି ବୋଲି ସେମାନେ କହିଛନ୍ତି । ଏପରିକି ଖୋଦ୍ ହ୍ବାଇଟ୍ ହାଉସ୍ ଏବଂ ଜାତିସଂଘ ମଧ୍ୟ ଏପରି ମୃତ୍ୟୁଦଣ୍ଡକୁ ନିନ୍ଦା କରିଛନ୍ତିି ।
Samalei Project Inauguration: Watch It Live Here
Next ArticleKIYG 2023: Weightlifter Jyoshna rises from poverty in remote Odisha village to shatter national record
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
