ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କା
ଭୁବନେଶ୍ୱର – ନିଜର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଗୌରବମୟ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶାର ତାରକା ଖେଳାଳି ଦୀପଗ୍ରେସ୍ ଏକ୍କା। ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଆନ୍ତର୍ଜାତିକ ହକିରେ ପ୍ରତିନିଧିତ୍ୱ କରିଆସିଥିଲେ ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ଦୀପଗ୍ରେସ ଆଜି ସୋସିଆଲ ମିଡିଆରେ ନିଜର ଅବସର ବିଷୟ ଘୋଷଣା କରିଛନ୍ତି। ଜଣେ ଦକ୍ଷ ଡିଫେଣ୍ଡର ଓ ପେନାଲଟି [...]
ଭୁବନେଶ୍ୱର – ନିଜର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଗୌରବମୟ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶାର ତାରକା ଖେଳାଳି ଦୀପଗ୍ରେସ୍ ଏକ୍କା। ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଆନ୍ତର୍ଜାତିକ ହକିରେ ପ୍ରତିନିଧିତ୍ୱ କରିଆସିଥିଲେ ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ଦୀପଗ୍ରେସ ଆଜି ସୋସିଆଲ ମିଡିଆରେ ନିଜର ଅବସର ବିଷୟ ଘୋଷଣା କରିଛନ୍ତି। ଜଣେ ଦକ୍ଷ ଡିଫେଣ୍ଡର ଓ ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିବା ଦୀପଗ୍ରେସ ଦୁଇ ଦୁଇ ଥର ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ହକି ପାଇଁ ଭାରତୀୟ ଦଳ ଯୋଗ୍ୟତା ହାସଲ ପଛରେ ଦୀପଗ୍ରେସଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା । ସେ ୨୬୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ଦଳର ଅନେକ ସ୍ମରଣୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ଓ ୨୦୧୮ ଏସିଆନ ଗେମ୍ସ ହକିରେ ପଦକ ବିଜୟୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ ଦୀପଗ୍ରେସ । ୨୦୧୬ ମସିହାରେ ଏସିଆନ ମହିଳା ଚାମ୍ପିୟନସ ଟ୍ରଫି ହକି ଓ ୨୦୧୭ ମସିହା ମହିଳା ଏସିଆ କପ୍ ହକିରେ ଟାଇଟଲ ଜିତିଥିବା ଭାରତୀୟ ମହିଳା ଦଳରେ ଖେଳିଥିଲେ ଦୀପଗ୍ରେସ । ଏହାଛଡା ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଦଳରେ ବି ସେ ସାମିଲ ହୋଇଥିଲେ। ୨୦୨୨ ବର୍ମିଂହମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରର ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ମଧ୍ୟ ସେ ସଦସ୍ୟା ଥିଲେ ।
First World Odia Language Conference: Padma Shri, Jnanpith, Kendriya Sahitya Akademi Award Winners to Be Felicitated
Next ArticleOdisha CM Congratulates Rohan Bopanna on Winning Maiden Grand Slam Title in Australian Open 2024
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
