ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ, ପ୍ରଥମ ଟେଷ୍ଟରେ ୨୮ ରନରେ ହାରିଲା ଭାରତ
ହାଇଦ୍ରାବାଦ: ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ ଯୋଗୁଁ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନରେ ହାରିଯାଇଛି ଭାରତ । ପ୍ରଥମ ଇନିଂସରେ ୧୯୦ ରନର ବିଶାଳ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭାରତ ମ୍ୟାଚ୍ ଜିତିପାରି ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ନିର୍ଭୀକ ପ୍ରଦର୍ଶନ ସହ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଛି । ଏହି ଚମତ୍କାର ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ଟେଷ୍ଟ [...]
ହାଇଦ୍ରାବାଦ: ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ ଯୋଗୁଁ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନରେ ହାରିଯାଇଛି ଭାରତ । ପ୍ରଥମ ଇନିଂସରେ ୧୯୦ ରନର ବିଶାଳ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭାରତ ମ୍ୟାଚ୍ ଜିତିପାରି ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ନିର୍ଭୀକ ପ୍ରଦର୍ଶନ ସହ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଛି । ଏହି ଚମତ୍କାର ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଫେବୃଆରୀ ୨ରୁ ଆରମ୍ଭ ହେବ ।
ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୩୧ ରନ୍ର ଟାର୍ଗେଟ୍ ମିଳିଥିଲା । ପିଚ୍ ମନ୍ଥର ହୋଇଯାଇଥିଲେ ମଧ୍ୟ ବ୍ୟାଟିଂ ସେଭଳି କଷ୍ଟକର ନଥିଲା । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ ଅତ୍ୟଧିକ ରକ୍ଷଣାତ୍ମକ ରଣନୀତି ଆପଣାଇବା ମହଙ୍ଗା ପଡ଼ିଥିଲା । ଏହି ବିଜୟ ଲକ୍ଷ୍ୟ ଜବାବରେ ଭାରତ ୨୦୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ କ୍ୟାପଟେନ୍ ରୋହିତ ଶର୍ମା ସର୍ବାଧିକ ୩୯ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ କେ.ଏସ୍ ଭାରତ ୨୮-୨୮ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଡେବୁଟାଣ୍ଟ ସ୍ପିନର ଟମ୍ ହାର୍ଟଲି ଚମତ୍କାର ପ୍ରଦର୍ଶନ ସହ ୭ ୱିକେଟ୍ ନେଇଥିଲେ।
ଦ୍ବିତୀୟ ଇନିଂସରେ ୧୯୬ ରନର ଇନିଂସ୍ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିବା ଇଂଲଣ୍ଡ ବ୍ୟାଟର ଓଲି ପୋପ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପୂର୍ବରୁ ଚତୁର୍ଥ ଦିନରେ ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୩୧୬/୬ରୁ ଆଗକୁ ଖେଳିଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଫଳରେ ଭାରତ ଆଗରେ ୨୩୧ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା। ପୋପ୍ ୪ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ୱିକେଟ୍ ନେଇଥିଲେ । ରବୀନ୍ଦ୍ର ଜାଡେଜା ୨ଟି ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲ।
ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରିଥିଲା। ।
5T Chairman Reviews Progress of Various Developmental Works in Keonjhar District
Next Articleକେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
