News Room Odisha
BREAKING
Odia

କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ , ସଫଳତାର ସହ ଆଉ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଖୁସି ପ୍ରକାଶ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ ମ୍ୟାଚରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଫାଇନାଲିଷ୍ଟ ଓଡ଼ିଶା ଏଫସି ଓ ଇଷ୍ଟବେଙ୍ଗଲ ଖେଳାଳିଙ୍କ ସହ ସେ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ପ୍ରତିଷ୍ଠିତ କ୍ରୀଡା ଇଭେଣ୍ଟ ଓଡ଼ିଶା ସଫଳତାର ସହ ଆୟୋଜନ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ଗର୍ବିତ ବୋଲି ସେ କହିଥିଲେ। ୧୬ଟି ଟିମକୁ ଆତିଥେୟତା ସହ [...]

Admin•January 28, 2024
Share Article:

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ ମ୍ୟାଚରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଫାଇନାଲିଷ୍ଟ ଓଡ଼ିଶା ଏଫସି ଓ ଇଷ୍ଟବେଙ୍ଗଲ ଖେଳାଳିଙ୍କ ସହ ସେ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ପ୍ରତିଷ୍ଠିତ କ୍ରୀଡା ଇଭେଣ୍ଟ ଓଡ଼ିଶା ସଫଳତାର ସହ ଆୟୋଜନ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ଗର୍ବିତ ବୋଲି ସେ କହିଥିଲେ। ୧୬ଟି ଟିମକୁ ଆତିଥେୟତା ସହ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ଫୁଟବଲରେ ଓଡ଼ିଶାର ପ୍ରଗତିକୁ ଦର୍ଶାଉଛି । ଭାରତରେ ଫୁଟବଲର ବିକାଶ ପାଇଁ ଏଆଇଏଫଏଫ ସହ ଓଡ଼ିଶା ନିଜର ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଏଥିରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସବୁ ଦଳର ଖେଳାଳି, କୋଚ୍, ଅଫିସିଆଲ୍ ଓଡ଼ିଶାରୁ ସ୍ମରଣୀୟ ଅନୁଭୂତି ପାଇଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

#Odia#Odisha#News
Share Article:

Related Articles