News Room Odisha
BREAKING
Odia

କ୍ୟାବିନେଟ ବୈଠକ: ୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆଦିବାସୀ ମହିଳାଙ୍କ ପାଇଁ ‘ଲାଭ’ ଯୋଜନା

ଭୁବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି ବୋଲି ବୈଠକ ପରେ [...]

Admin•January 29, 2024
Share Article:

ଭୁବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି ବୋଲି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଅନ୍ୟପଟେ ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

ଏକ ନୂଆ ଯୋଜନା ଆରମ୍ଭ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଯୋଜନାର ନାମ ରହିଛି ‘ଏଲଏଭିଏ’ ବା ଲାଭ । ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳାମାନଙ୍କ ଆର୍ଥିକ ଉନ୍ନତି ହେବ । ଏହି ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ବା ‘ଲାଭ’ ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ। ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ବା ‘ଲାଭ’ ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇବେ । ଯୋଜନା ପାଇଁ ଶହେ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ -ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଣ୍ଣୟ କରାଯିବ।

#Odia#Odisha#News
Share Article:

Related Articles