ଭୋରରେ ବରମୁଣ୍ଡା ଆଇଏସବିଟି ସ୍ଥଳ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଫେବ୍ରୁଆରୀ ସୁଦ୍ଧା ଲୋକାର୍ପଣ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ [...]
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ ।

ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ । ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ବେ’ , ରେଷ୍ଟରୁମ୍ ଆଦିର ସେ ତଦାରଖ କରିଥିଲେ। ଅପରେସନ କଣ୍ଟ୍ରୋଲ ସେଣ୍ଟର ( ଓସିସି )ର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ।
ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ସୁଦ୍ଧା ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବା ପାଇଁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ପାଣ୍ଡିଆନ।

୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଥିବା ବରମୁଣ୍ଡା ଆଇଏସବିଟି ପ୍ରକଳ୍ପର ଦାୟିତ୍ବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ – ବିଡିଏ ହାତରେ ନ୍ୟସ୍ତ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଆଇଏସବିଟି ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୁଭୂତି ପ୍ରଦାନ କରିବ । ଏକ ଆଧୁନିକ ପରିବହନ ହବ୍ ଭାବେ ଆଇଏସବିଟି ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସମସ୍ତ ସୁବିଧା ସୁଯୋଗ ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ଦେବ ଆଇଏସବିଟି । କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଟର୍ମିନାଲରେ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍ /ଡ୍ରପ୍ ଅଫ୍ ବ୍ୟବସ୍ଥା, ସୋଲାର ପ୍ୟାନେଲ ସିଷ୍ଟମ ଓ ସିୱଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି।

୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ।
5T Chairman Reviews Progress of ISBT Baramunda Project
Next Articleଗଞ୍ଜାମ ପର୍ଯ୍ୟଟନର ସମୃଦ୍ଧି ବୃଦ୍ଧି: ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଭଞ୍ଜନଗରରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଓ୍ବାଟର୍ ପାର୍କ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
