୫-ଟି ଅଧ୍ୟକ୍ଷଙ୍କୁ ଶୁଣିବାକୁ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ବ୍ରହ୍ମପୁର: ସହର ଉପକଣ୍ଠ ବିବେକ ବିହାରରେ ମଙ୍ଗଳବାର ଆଖି ପାଉ ନଥିବା ଭିଡ ଭଳି ହଜାର ହଜାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା। ଗଞ୍ଜାମ ଜିଲ୍ଲା ସାରା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିଲେ ଏତେ ବିଶାଳ ସଂଖ୍ୟକ ବିଦ୍ୟାର୍ଥୀ। ଚଳିତ ବର୍ଷ ଏ ଥିଲା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ଏଭଳି ବିରାଟ ସମାଗମ। ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଆୟୋଜିତ ହୋଇଥିଲା ଏହି ନୂଆ-ଓ ଉତ୍ସବ। ଆଉ ଉତ୍ସାହୀ କଲେଜ ଛାତ୍ରଛାତ୍ରୀମାନେ ୫-ଟି ଅଧ୍ୟକ୍ଷ ତଥା ନବୀନ [...]
ବ୍ରହ୍ମପୁର: ସହର ଉପକଣ୍ଠ ବିବେକ ବିହାରରେ ମଙ୍ଗଳବାର ଆଖି ପାଉ ନଥିବା ଭିଡ ଭଳି ହଜାର ହଜାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା। ଗଞ୍ଜାମ ଜିଲ୍ଲା ସାରା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିଲେ ଏତେ ବିଶାଳ ସଂଖ୍ୟକ ବିଦ୍ୟାର୍ଥୀ। ଚଳିତ ବର୍ଷ ଏ ଥିଲା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ଏଭଳି ବିରାଟ ସମାଗମ। ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଆୟୋଜିତ ହୋଇଥିଲା ଏହି ନୂଆ-ଓ ଉତ୍ସବ। ଆଉ ଉତ୍ସାହୀ କଲେଜ ଛାତ୍ରଛାତ୍ରୀମାନେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଠାରୁ ଜୀବନରେ ସଫଳ ହେବାର ଗୁରୁମନ୍ତ୍ର ଗ୍ରହଣ କରିଛନ୍ତି। କିଭଳି ସୁଯୋଗର ସଦୁପଯୋଗ କରିବେ, ରାଜ୍ୟ ଓ ଜାତି ପ୍ରତି ନିଜ କର୍ତ୍ତବ୍ୟ ତଥା ଦାୟିତ୍ବ ନିର୍ବାହ କରିବେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସ ତଥା ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବୁଝାଇ କହିଥିଲେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ।

୫-ଟି ଅଧ୍ୟକ୍ଷଙ୍କ ଠାରୁ ଶୁଣିବା ଓ ତାଙ୍କୁ ଦେଖିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ବୋଧିତ କରିଥିଲେ ଭି.କାର୍ତ୍ତିକ ପାଣ୍ଡିଆନ। ଏହି ବିଶାଳ ସମାବେଶରେ ଉତ୍ସାହୀ ଯୁବକ ଯୁବତୀଙ୍କ ଗହଣରେ ପ୍ରାୟ ୫୦ ମିନିଟ୍ କାଳ ବିତାଇ ଭୁବନେଶ୍ବର ଫେରିଥିଲେ ୫-ଟି ଅଧ୍ୟକ୍ଷ। ବ୍ରହ୍ମପୁରର ବହୁ ନିର୍ବାଚିତ ଜନ ପ୍ରତିନିଧି ଓ ବରିଷ୍ଠ ନେତା ସମାବେଶରେ ଉପସ୍ଥିତ ଥିଲେ।
ଫସଲର ବିବିଧକରଣ ସହ ଚାଷରେ ବୈଷୟିକ ଜ୍ଞାନକୋୖଶଳର ପ୍ରୟୋଗ ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Next Articleଗଞ୍ଜାମ ଗସ୍ତ କରି ଜିଲ୍ଲାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
