ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ
ଭୁବନେଶ୍ୱର – ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ଯାଏଁ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ନିମନ୍ତେ ୩ ତାରିଖ [...]
ଭୁବନେଶ୍ୱର – ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ଯାଏଁ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ନିମନ୍ତେ ୩ ତାରିଖ ଦିନ ବିଦ୍ୟାଳୟ ସ୍ତରୀୟ, ୪ ତାରିଖ ଦିନ ବ୍ଳକ୍ ଓ ୫ ତାରିଖ ଦିନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ସମଗ୍ର ଶିକ୍ଷାର “ଅଭିନବ ଶିକ୍ଷା” ଯୋଜନାରେ ” ମାତୃଭାଷା ଦିବସରେ ପ୍ରଦର୍ଶନୀ” ନିମିତ୍ତ ପ୍ରତ୍ୟେକ ବିଦ୍ୟାଳୟକୁ ୩୦୦୦ ଟଙ୍କା ଓ ଗପ ଶୁଣିବା ଓ କହିବା ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୧୦୦୦ ଟଙ୍କାର ଆର୍ଥିକ ଅନୁଦାନ ଓସେପା ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ଏହି ଦୁଇଟି ଉପବିଭାଗ ନିମନ୍ତେ ଦିଆଯାଇଥିବା ଅର୍ଥରାଶିରୁ ବ୍ୟୟ କରାଯିବ । ସମସ୍ତ ୩୦ ଜିଲ୍ଲା ପାଇଁ ୧୫୬୨.୪୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ବିଦ୍ୟାଳୟ, ବ୍ଳକ୍ ଓ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପାଳନ କରିବାପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଓସେପା । ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଛାତ୍ରଛାତ୍ରୀଙ୍କ ମନରେ ସ୍ଥାନୀୟ ଭାଷା ପ୍ରତି ସକାରାତ୍ମକ ମନୋଭାବ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯାହା ସେମାନଙ୍କ ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବ ।
ବିଦ୍ୟାଳୟସ୍ତରୀୟ ଉତ୍ସବର ସର୍ବୋତ୍ତମ ପ୍ରକଳ୍ପ/ପ୍ରଦର୍ଶନୀଗୁଡ଼ିକ ବ୍ଳକସ୍ତରୀୟ ଉତ୍ସବରେ ୪ ତାରିଖ ଦିନ ପ୍ରଦର୍ଶିତ ହେବ । ଯଦି ସେହି ପ୍ରକଳ୍ପ/ପ୍ରଦର୍ଶନୀ ବ୍ଲକ୍ ସ୍ତରରେ ମନୋନୀତ ହୁଏ, ତେବେ ତାକୁ ୫ ତାରିଖ ଦିନ ଜିଲ୍ଲାସ୍ତରୀୟ ଉତ୍ସବରେ ପ୍ରଦର୍ଶନ କରାଯିବ । ଏହି ସମାରୋହ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ । ଏଥିସହ ସ୍ଥାନୀୟ ସଂସ୍କୃତି, ପରମ୍ପରା, ପ୍ରତିଭା ଏବଂ ଧାରଣାକୁ ପ୍ରୋତ୍ସାହିତ କରିବ । କେବଳ ଉପଭୋଗ କରିବା ଏହି ଉତ୍ସବର ଉଦ୍ଦେଶ୍ୟ ନୁହେଁ ବରଂ ଏହା ମାଧ୍ୟମରେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖାଯାଇଛି । ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଭାବନା ଜାଗ୍ରତ କରି ସେମାନଙ୍କର ସାମଗ୍ରିକ ବିକାଶରେ ସାହାଯ୍ୟ କରିବ ।
ସମସ୍ତ ବାର୍ତ୍ତାଳାପ ଓ କାର୍ଯ୍ୟକଳାପରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଯାହା ଓଡ଼ିଆ ଭାଷା ଓ ସଂସ୍କୃତିର ସଂରକ୍ଷଣ ତଥା ପ୍ରଚାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବ ଏବଂ ଦାୟିତ୍ବବୋଧ ଜାଗ୍ରତ କରିବାରେ ସହାୟକ ହେବ ।
ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଦର୍ଶନ ଓ ପ୍ରୋତ୍ସାହନ ପାଇଁ ଉପଲବ୍ଧ ମଞ୍ଚର ଲାଭ ମଧ୍ୟ ଉଠାଇ ହେବ । ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଓ ସଂସ୍କୃତିର ଉତ୍ସବ ତଥା ପ୍ରଚାରରେ ସ୍ଥାନୀୟ ସମସ୍ତ ସମ୍ପ୍ରଦାୟକୁ ଜଡ଼ିତ ରଖିବ ଏପରି ସମାରୋହ. ବିଭିନ୍ନ ସାଂସ୍କୃତିକ ଅନୁଭୂତି ବାଣ୍ଟିବା ଏବଂ ଶିଖିବା ପାଇଁ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମକୁ ସୁଗମ କରିବା ଲକ୍ଷ୍ୟ ନେଇ ଏପରି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ଏହି ଅବସରରେ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି ସମ୍ବନ୍ଧୀୟ କିଛି ସୃଜନାତ୍ମକ କଳାକୃତି ପ୍ରସ୍ତୁତ କରି ଏହାକୁ ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ । ଏହି ପ୍ରଦର୍ଶନ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଶ୍ରେଣୀଗୃହରେ ଆୟୋଜିତ ହେବ । ଛାତ୍ରଛାତ୍ରୀଙ୍କ ସୃଜନାତ୍ମକ କଳାର ପ୍ରଦର୍ଶନୀ ଜରିଆରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟ କରି ଏହାର ପ୍ରଦର୍ଶନୀ କରିପାରିବେ, ଯେପରିକି ଲେଖା, କବିତା, ଚିତ୍ରକଳା, ହସ୍ତଶିଳ୍ପ ଓ ପ୍ରକଳ୍ପ । ସେହିପରି ସାହିତ୍ୟ ପ୍ରଦର୍ଶନୀ ଜରିଆରେ ବିଦ୍ୟାଳୟରେ ଉପଲବ୍ଧ ପ୍ରସିଦ୍ଧ ଓଡ଼ିଆ ପୁସ୍ତକର ପ୍ରଦର୍ଶନ କରାଯିବ । ସାଂସ୍କୃତିକ ପ୍ରଦର୍ଶନୀ ଯୋଗୁଁ ବିଭିନ୍ନ ସଂଗୀତ, ନୃତ୍ୟ ଏବଂ ଓଡ଼ିଶାର ଐତିହାସିକ କଳାକୃତି ଉପରେ ପୋଷ୍ଟର ଉପସ୍ଥାପନା ହେବ । ଏଥି ସହ ଓଡ଼ିଆ ଭାଷାର ପ୍ରଚାର ପାଇଁ ପ୍ରତି ପ୍ରତିଶ୍ରୁତି ନିଆଯିବ । ବିଦ୍ୟାଳୟ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଠି, ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଏବଂ ସମ୍ପ୍ରଦାୟର ସଦସ୍ୟମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର ଏବଂ ପ୍ରଚାର ପାଇଁ ପ୍ରତିଶ୍ରୁତି ଦେବେ ।
ସେମାନ ଶପଥ ନେବେ ଯେ “ମୁଁ ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧତାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ ଏବଂ ପାଳନ କରିବାକୁ ପ୍ରତିଜ୍ଞା କରୁଛି । ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରି ମୁଁ ଅନ୍ୟମାନଙ୍କୁ ମୋର ଭାଷା ସହ ପରିଚିତ କରାଇବି । କାହାଣୀ, କବିତା ଏବଂ ପରମ୍ପରାର ଆଦାନପ୍ରଦାନ ମାଧ୍ୟମରେ ମୁଁ ଆମ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଏବଂ ପ୍ରଚାରରେ ସହଯୋଗ କରିବି ।”
Dr Debi Prasanna Pattanayak to be Conferred With First World Odia Language Award
Next Articleତୋଷଖାନା ମାମଲାରେ ଇମ୍ରାନ ଖାନ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
