News Room Odisha
BREAKING
Odia

ଜ୍ଞାନବାପି ମସଜିଦ ଭିତରେ ପୂଜାର୍ଚ୍ଚନା କରିପାରିବେ ହିନ୍ଦୁ, ଅନୁମତି ଦେଲେ କୋର୍ଟ

ବାରାଣସୀ: ଜ୍ଞାନବାପି ମସଜିଦ ମାମଲାରେ ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲା କୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟ ହିନ୍ଦୁମାନଙ୍କୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ ସ୍ପଷ୍ଟ କରିଛନ୍ତି। ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ସୋମନାଥ ବ୍ୟାସ ନାମକ ଜଣେ ପୂଜକଙ୍କ ନାତି ଶୈଳେନ୍ଦ୍ର ପାଠକଙ୍କୁ ମସଜିଦର [...]

Admin•January 31, 2024
Share Article:

ବାରାଣସୀ: ଜ୍ଞାନବାପି ମସଜିଦ ମାମଲାରେ ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲା କୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟ ହିନ୍ଦୁମାନଙ୍କୁ ଜ୍ଞାନବାପି ମସଜିଦ ପରିସରରେ ଥିବା ଏକ ଭୂତଳ ପ୍ରକୋଷ୍ଠରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ ସ୍ପଷ୍ଟ କରିଛନ୍ତି। ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ସୋମନାଥ ବ୍ୟାସ ନାମକ ଜଣେ ପୂଜକଙ୍କ ନାତି ଶୈଳେନ୍ଦ୍ର ପାଠକଙ୍କୁ ମସଜିଦର ଭୂତଳ ପ୍ରକୋଷ୍ଠରେ ପୂଜାପାଠ ପାଇଁ ଅଧିକାର ପ୍ରଦାନ କରିଛନ୍ତି।

ସାତ ଦିନ ମଧ୍ୟରେ ପୂଜାପାଠ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି। କାଶୀ ବିଶ୍ୱନାଥ ଟ୍ରଷ୍ଟ ପୂଜାପାଠ କାର୍ଯ୍ୟ କରିବ । ଯାଦବ କହିଛନ୍ତି, ଜ୍ଞାନବାପି ସାମ୍ନାରେ ଥିବା ନନ୍ଦୀ (ମୂର୍ତ୍ତି) ମହାରାଜଙ୍କ ସମ୍ମୁଖରେ ଏହି ରାସ୍ତା ଖୋଲାଯିବ । ଜ୍ଞାନବାପି ପରିସରରେ ଥିବା ଭୂତଳ ପ୍ରକୋଷ୍ଠରେ ପୂଜାପାଠ ସମ୍ବନ୍ଧୀୟ ଆବେଦନ ଉପରେ ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟରେ ମଙ୍ଗଳବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣାଣି ଶେଷ ହୋଇଥିଲା ।

ହିନ୍ଦୁ ପକ୍ଷ ଦାବି କରିଥିଲା ଯେ, ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ସୋମନାଥ ବ୍ୟାସଙ୍କ ପରିବାର ମସଜିଦ ପରିସରରେ ଥିବା ସେହି ଭୂତଳ ପ୍ରକୋଷ୍ଠରେ ପୂଜାପାଠ କରୁଥିଲେ, ଯାହା ତତ୍କାଳୀନ ମୁଲାୟମ ସିଂ ଯାଦବ ସରକାର କାଳରେ ବନ୍ଦ କରି ଦିଆଯାଇଥିଲା। ଏବେ ହିନ୍ଦୁମାନଙ୍କୁ ପୁଣି ସେଠାରେ ପୂଜା କରିବାକୁ ଅଧିକାର ଦିଆଯାଉ ବୋଲି ଦାବି କରିଥିଲା ହିନ୍ଦୁ ପକ୍ଷ । ମୁସଲିମ ପକ୍ଷ ଏହି ଦାବିକୁ ବିରୋଧ କରି କରିଥିଲା । ଏହା ବିରୋଧରେ ଜିଲ୍ଲା ଜଜଙ୍କ କୋର୍ଟରେ ମଧ୍ୟ ଏକ ଆବେଦନ କରାଯାଇଛି ବୋଲି କହିଥିଲା ମୁସଲିମ ପକ୍ଷ।

#Odia#Odisha#News
Share Article:

Related Articles