News Room Odisha
BREAKING
Odia

ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ନୋଟିସକୁ ବେଆଇନ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ ନାହିଁ । ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ବୁଧବାର କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ପଞ୍ଚମ ଥର ପାଇଁ ସମନ ଜାରି କରାଯାଇଥିଲା । ତାଙ୍କୁ ଆଜି ହାଜର ହେବାକୁ କହିଥିଲା ଇଡି। ଗତ ଚାରି ମାସ ମଧ୍ୟରେ ଇଡି [...]

Admin•February 2, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ ନାହିଁ । ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ବୁଧବାର କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ପଞ୍ଚମ ଥର ପାଇଁ ସମନ ଜାରି କରାଯାଇଥିଲା । ତାଙ୍କୁ ଆଜି ହାଜର ହେବାକୁ କହିଥିଲା ଇଡି। ଗତ ଚାରି ମାସ ମଧ୍ୟରେ ଇଡି ତାଙ୍କୁ ଚାରିଟି ସମନ ଜାରି କରିଥିଲେ ମଧ୍ୟ କେଜ୍ରିୱାଲ ହାଜର ହୋଇନାହାଁନ୍ତି।

ଆପ୍ କହିଛି କେଜ୍ରିୱାଲ ଆଜି ଇଡିରେ ହାଜର ହେବେ ନାହିଁ। ଇଡି ସମନକୁ ବେଆଇନ ଦର୍ଶାଇ ଦଳ କହିଛି, କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ବାରମ୍ବାର ନୋଟିସ ପଠାଯାଉଛି। ବିଜେପି କେଜ୍ରିୱାଲଙ୍କୁ ଗିରଫ କରି ଦିଲ୍ଲୀରେ ଆମ ସରକାରକୁ ଭାଙ୍ଗିବାକୁ ଚାହୁଁଛି। ଆମ୍ ଆଦମୀ ପାର୍ଟି ଏହା ଘଟିବାକୁ ଦେବ ନାହିଁ ବୋଲି କହିଛି ଦଳ ।

ଗତ ବର୍ଷ ନଭେମ୍ବର ୨, ଡିସେମ୍ବର ୨୧ ଓ ଚଳିତ ବର୍ଷ ଜାନୁୟାରୀ ୩ ଓ ଜାନୁୟାରୀ ୧୮ରେ ଜାରି ଇଡି ସମନକୁ ବି କେଜ୍ରିୱାଲ ଏଡାଇ ଦେଇଥିଲେ ।

#Odia#Odisha#News
Share Article:

Related Articles