ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬
ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ [...]
ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି।
ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଇନିଂସରୁ ଦୁଇଟି ଶତକ ଓ ସମାନ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜରେ ନିଜ ଟେଷ୍ଟ ଡେବ୍ୟୁରେ ଜୈସୱାଲ ୧୭୧ ରନ୍ କରିଥିଲେ।
ଜୈସୱାଲ ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୧୭ ଚୌକା ଓ ୫ଟି ଛକା ମାରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ବୀଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ କରି ଅପରାଜିତ ଅଛନ୍ତି ।
ପୂର୍ବରୁ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଯଶସ୍ବୀଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପରିବେଶରୁ ଲାଭ ଉଠାଇ ପାରିନଥିଲେ ।
ଅଧିନାୟକ ରୋହିତ ଶର୍ମା ପୁଣି ଫେଲ୍ ମାରିଥିଲେ। ସେ ୧୪ ରନ୍ କରି ପ୍ରଥମ ସେସନରେ ହିଁ ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ସକାରାତ୍ମକ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଗିଲ୍ ୩୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶ୍ରେୟସ ଆୟର ମଧ୍ୟ ନିରାଶ କରିଥିଲେ । ଆୟର ୨୭ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୨୭ ଓ କେଏସ୍ ଭାରତ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଡେବୁଟାଣ୍ଟ ରଜତ ପାଟିଦାର ୩୨ ରନ୍ କରିଥିଲେ ।
ଇଂଲଣ୍ଡ ପାଇଁ ଡେବ୍ୟୁ କରୁଥିବା ସ୍ପିନର ଶୋଏବ ବଶୀର ଏବଂ ରେହାନ ଅହମ୍ମଦ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅଭିଜ୍ଞ ଜେମ୍ସ ଆଣ୍ଡରସନ ଗତ ବର୍ଷ ଜୁଲାଇ ପରେ ପ୍ରଥମ ମ୍ୟାଚ୍ ଖେଳୁଛନ୍ତି। ସେ ଗୋଟିଏ ୱିକେଟ୍ ନେଇଛନ୍ତି ।
ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ନାଟକୀୟ ଭାବେ ୨୮ ରନରେ ହାରିଯାଇଥିଲା । ପାଞ୍ଚ ଟେଷ୍ଟ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ରହିଥିବା ଭାରତ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।
CM Naveen Mourns Demise of Eminent Actor and Director Padma Shri Sadhu Meher
Next ArticlePM Modi to Inaugurate, Dedicate and Lay Foundation Stone of Projects worth Over Rs. 68,000 Cr in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
