ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନାରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନା ଆଗରେ ଆଜି ସମବେତ ହୋଇଥିଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ୟୁନିଫର୍ମ ପିନ୍ଧି ସମସ୍ତେ ସୁସଜ୍ଜିତ ହୋଇଥିଲେ। ଥାନା ପରିସର ମଧ୍ୟ ବେଶ୍ ସ୍ବଚ୍ଛ ଓ ସୁନ୍ଦର ଥିଲା। ଆଉ ଠିକ୍ ପୂର୍ବାହ୍ନ ୧୧ଟାରେ ସମସ୍ତେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଆମ ରାଜ୍ୟର ଏହି ରାଷ୍ଟ୍ରୀୟ ଗାନକୁ ଏକ ସ୍ବରରେ ସମସ୍ତେ ଗାଇବା ବେଳେ ମନ ଉତଫୁଲ୍ଲିତ ଓ ହୃଦୟ ଉଲ୍ଲସିତ ଥିଲା। [...]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ୩୬ଟି ଥାନା ଆଗରେ ଆଜି ସମବେତ ହୋଇଥିଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ୟୁନିଫର୍ମ ପିନ୍ଧି ସମସ୍ତେ ସୁସଜ୍ଜିତ ହୋଇଥିଲେ। ଥାନା ପରିସର ମଧ୍ୟ ବେଶ୍ ସ୍ବଚ୍ଛ ଓ ସୁନ୍ଦର ଥିଲା। ଆଉ ଠିକ୍ ପୂର୍ବାହ୍ନ ୧୧ଟାରେ ସମସ୍ତେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଆମ ରାଜ୍ୟର ଏହି ରାଷ୍ଟ୍ରୀୟ ଗାନକୁ ଏକ ସ୍ବରରେ ସମସ୍ତେ ଗାଇବା ବେଳେ ମନ ଉତଫୁଲ୍ଲିତ ଓ ହୃଦୟ ଉଲ୍ଲସିତ ଥିଲା। ଏକାଠି ବନ୍ଦେ ଉତ୍କଳ ଜନନୀ ଗାନ ଥାନା ପରିସରରେ ସୃଷ୍ଟି କରିଥିଲା ଏକ ଭାବ ବିହ୍ୱଳ ପରିବେଶ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ବ୍ରହ୍ମପୁର ରେଞ୍ଜ୍ ପୋଲିସ ଆଇଜି ଜୟନାରାୟଣ ପଙ୍କଜ, ଗଞ୍ଜାମ ପୋଲିସ ଜିଲ୍ଲା ଏସପି ଜଗମୋହନ ମୀନା ଓ ବ୍ରହ୍ମପୁର ପୋଲିସ ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ ହେବାର ଶୁଭ ଅବସରରେ ସବୁଠି, ସମସ୍ତେ ସମବେତ ସ୍ବରରେ ଗାଇଥିଲେ ଉତ୍କଳୀୟ ମାଟିର ରାଷ୍ଟ୍ରଗାନ। ଥାନାଧିକାରୀ, କନଷ୍ଟେବଳ, ହାବିଲଦାର, ଗୃହରକ୍ଷୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଥାନା ସମେତ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଏସପି ଅଫିସ୍, ଏସଡିପିଓ ତଥା ଅନ୍ୟାନ୍ୟ ପୋଲିସ କାର୍ଯ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଜାତିପ୍ରେମ, ଜାତୀୟବାଦର ଭାବନାକୁ ମଜବୁତ କରିଥିଲେ।

ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଆସିକା ଥାନା, ବଡ଼ଗଡ଼, ସୋରଡ଼ା, ତାରାସିଙ୍ଗ, ଭଞ୍ଜନଗର, ଗାଙ୍ଗପୁର, ବୁଗୁଡ଼ା, ଜଗନ୍ନାଥପ୍ରସାଦ, ଧରାକୋଟ, ଶେରଗଡ଼, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, କୋଦଳା, ପାଟପୁର, ପୋଲସରା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ଛତ୍ରପୁର, ଚମାଖଣ୍ଡି ଥାନା ସମେତ ଛତ୍ରପୁର ଓ ଭଞ୍ଜନଗର ବିଦ୍ୟୁତ ଥାନା, ଆର୍ଜିପଲ୍ଲୀ ସାମୁଦ୍ରିକ ଥାନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା, ବଡ଼ବଜାର, ସଦର, ଟାଉନ୍ ଥାନା, ଗୋସାଇଁନୂଆଗାଁ, ଦିଗପହଣ୍ଡି, ଗୋପାଳପୁର, ଗୋଳନ୍ଥରା, କେ.ନୂଆଗାଁ, ଜରଡା, ମହିଳା ଥାନା, ରେଳବାଇ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Experience The Digital Metaverse of World Odia Conference
Next Articleପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ, ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ ହେବ : ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
