ଇଂଲଣ୍ଡକୁ ଘାଇଲା କଲେ ବୁମରା, ଦୃଢ଼ ସ୍ଥିତିରେ ଭାରତ
ବିଶାଖାପଟନମ୍: ଯସପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବୃହତ ଅଗ୍ରଣୀ ହାସଲ କରି ସ୍ଥିତି ସୁଦୃଢ କରିନେଇଛି । ବୁମରା ୪୫ ରନରେ ୬ ଓ୍ବିକେଟ୍ ସହ ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଭାରତର ପ୍ରଥମ ଇନିଂସ ୩୯୬ ରନ୍ ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏଥିସହ ଭାରତ ୧୪୩ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । [...]
ବିଶାଖାପଟନମ୍: ଯସପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବୃହତ ଅଗ୍ରଣୀ ହାସଲ କରି ସ୍ଥିତି ସୁଦୃଢ କରିନେଇଛି । ବୁମରା ୪୫ ରନରେ ୬ ଓ୍ବିକେଟ୍ ସହ ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଭାରତର ପ୍ରଥମ ଇନିଂସ ୩୯୬ ରନ୍ ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏଥିସହ ଭାରତ ୧୪୩ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ବିନା କୌଣସି ଓ୍ବିକେଟ୍ ହରାଇ ୨୮ ରନ୍ କରିନେଇଛି । ଭାରତ ଏପର୍ଯ୍ୟନ୍ତ ମୋଟ ୧୭୧ ରନରେ ଅଗ୍ରଣୀ ରହିଛି ।
ଷ୍ଟମ୍ପ୍ ଅପସାରଣ ବେଳକୁ ଅଧିନାୟକ ରୋହିତ ଶର୍ମା ୧୩ ରନରେ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଇନିଂସରେ ଚମତ୍କାର ୨୦୯ ରନର ଇନିଂସ୍ ଖେଳିଥିବା ଯଶସ୍ବୀ ଜୈସୱାଲ ୧୫ ରନରେ ଅପରାଜିତ ଅଛନ୍ତି।
ପୂର୍ବରୁ ବୁମରା ନିଜ ଘାତକ ୟର୍କର ଓ ପେସ୍ ଦ୍ବାରା ଇଂଲଣ୍ଡ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ଆଉଟ୍ କରି ବୁମରା ଟେଷ୍ଟ କ୍ୟାରିୟରର ୧୫୦ ଓ୍ବିକେଟ୍ ମାଇଲଖୁଣ୍ଟ ଛୁଇଁଥିଲେ । ସେ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୫୦ ଓ୍ବିକେଟ୍ ହାସଲ କରିଥିଲେ। ଟେଷ୍ଟ ଦଳକୁ ଫେରିଥିବା ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ସହ ୩ଟି ୱିକେଟ୍ ନେଇଥିଲେ।
ଇଂଲଣ୍ଡ ତରଫରୁ ଓପନର୍ ଜ୍ୟାକ୍ କ୍ରଲି ୭୮ ବଲରେ ୭୬ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକ୍ସ ୫୪ ବଲରେ ୪୭ ରନ୍ କରିଥିଲେ।
Odisha is Top Performer in Country for Promotion of Start-ups: Naveen at IIM Sambalpur
Next ArticleCM Showers Praise on Akhayara Bhoomi, Thanks Works Department
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
