News Room Odisha
BREAKING
Odia

ସମ୍ବଲପୁରରେ ମୋଦୀଙ୍କ ଗ୍ୟାରେଣ୍ଟି ସମାବେଶ: ରାଜ୍ଯ ଦଳୀୟ ନେତାଙ୍କୁ ଉପେକ୍ଷା, ରାଜ୍ଯ ସରକାର ବିରୋଧରେ ନିରବ

ସମ୍ବଲପୁର: ସମ୍ବଲପୁର ସହରର ରେମେଡ ସ୍ଥିତ ପଡିଆରେ ଆଜି ବିଜେପି ପକ୍ଷରୁ ମୋଦି ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ତେବେ, ଏହି ସଭାରେ ରାଜ୍ଯରୁ ପ୍ରତିନିଧିତ୍ବ କରୁଥିବା ୩ କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ରାଜ୍ଯ ସରକାର ବିରୋଧରେ ମୋଦୀ ପଦୁଟିଏ କହିନାହାନ୍ତି। ଫଳରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଉଦଘାଟନ ପରେ ମୋଦୀ ରେମେଡରେ ଦଳୀୟ [...]

Admin•February 3, 2024
Share Article:

ସମ୍ବଲପୁର: ସମ୍ବଲପୁର ସହରର ରେମେଡ ସ୍ଥିତ ପଡିଆରେ ଆଜି ବିଜେପି ପକ୍ଷରୁ ମୋଦି ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ତେବେ, ଏହି ସଭାରେ ରାଜ୍ଯରୁ ପ୍ରତିନିଧିତ୍ବ କରୁଥିବା ୩ କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ରାଜ୍ଯ ସରକାର ବିରୋଧରେ ମୋଦୀ ପଦୁଟିଏ କହିନାହାନ୍ତି। ଫଳରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି।

ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଉଦଘାଟନ ପରେ ମୋଦୀ ରେମେଡରେ ଦଳୀୟ ସମାବେଶରେ ଉଦବୋଧନ ଦେଇଛନ୍ତି। ବିଜେପିର ଗ୍ୟାରେଣ୍ଟି ସମାବେଶରେ ମୋଦୀ ନିଜ ସରକାରର ସଫଳତା ତଥା ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ଅନୁଦାନ ସଂପର୍କରେ ଉଲ୍ଲେଖ କରିଥିଲେ। ଆଜି ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସଂପର୍କରେ ସୂଚନା ଦେଇଥିଲେ। ତେବେ, ପ୍ରତି ପ୍ରସଂଗରେ କଂଗ୍ରେସକୁ ସିଧା ନିଶାନା କରିଥିବା ବେଳେ ରାଜ୍ଯ ସରକାର କିମ୍ବା ନବୀନ ବାବୁଙ୍କ ବିରୋଧରେ ପଦୁଟିଏ କହିନଥିଲେ।

ସେପଟେ ମୋଦୀଙ୍କ ସଭାରେ ରାଜ୍ଯର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ଵେଶ୍ଵର ଟୁଡୁ ଉପସ୍ଥିତ ଥିଲେ ହେଁ କାହାରିକୁ ଭାଷଣ ପଦେ ଦେବାକୁ ସୁଯୋଗ ମିଳିନଥିଲା। ଫଳରେ ଏହା ରାଜ୍ଯ ନେତୃତ୍ବକୁ ଉପେକ୍ଷା କରାଯାଇଥିବା ଚର୍ଚ୍ଚା ଏବେ ଜୋର ଧରିଛି।

#Odia#Odisha#News
Share Article:

Related Articles