News Room Odisha
BREAKING
Odia

ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ

ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଆମ ଶାସ୍ତ୍ରରେ ବର୍ଣ୍ଣିତ କେତୋଟି ନିୟମ ସଠିକ ଭାବରେ ପାଳନ କଲେ ନିଶ୍ଚିତ ମହାଳଷ୍ମୀ ଆମମାନଙ୍କ ଉପରେ ପ୍ରଫୁଲ୍ଲ ରହିବେ। ପ୍ରଥମେ ଆଗ୍ନେୟ କୋଣରେ ଘର କରନ୍ତୁ ନାହିଁ କିମ୍ବା ଘରର ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ । ଘରର ସମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ, କିମ୍ବା ଘର ସାମ୍ନାରେ କଣ୍ଟା ଗଛ ରଖନ୍ତୁ ନାହିଁ । ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ କିମ୍ବା [...]

Admin•February 4, 2024
Share Article:

ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ

ଆମ ଶାସ୍ତ୍ରରେ ବର୍ଣ୍ଣିତ କେତୋଟି ନିୟମ ସଠିକ ଭାବରେ ପାଳନ କଲେ ନିଶ୍ଚିତ ମହାଳଷ୍ମୀ ଆମମାନଙ୍କ ଉପରେ ପ୍ରଫୁଲ୍ଲ ରହିବେ।

ପ୍ରଥମେ ଆଗ୍ନେୟ କୋଣରେ ଘର କରନ୍ତୁ ନାହିଁ କିମ୍ବା ଘରର ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ ।

ଘରର ସମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ, କିମ୍ବା ଘର ସାମ୍ନାରେ କଣ୍ଟା ଗଛ ରଖନ୍ତୁ ନାହିଁ ।

ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ କିମ୍ବା ଝାଡୁକୁ ସମସ୍ତଙ୍କ ଆଖି ଦୃଶିଆ ସ୍ଥାନରେ ରଖନ୍ତୁ ନାହିଁ ।

ଗୁରୁବାର ଓ ଶନିବାର ଦିନ ଘରର କୌଣସି ସାମଗ୍ରୀକୁ ଭୁଲରେ ସୁଦ୍ଧା ବିକ୍ରି କରନ୍ତୁ ନାହିଁ । ନଚେତ ମାତା ଲଷ୍ମୀ ଘରୁ ବାହାରି ଯିବେ ।

ଯାନବାହନ ଜନିତ କୌଣସି ଦ୍ରବ୍ୟ କିମ୍ବା କୌଣସି ଲୁହା ଜିନିଷ ମଙ୍ଗଳବାର ଦିନ ବିକ୍ରି କରନ୍ତୁ ନାହିଁ । ଜମି ଆଦି ଗୁରୁବାର ଦିନ ବିକ୍ରି କରନ୍ତୁ ନାହିଁ ।

ଘର ଝାଡୁ ମାରି ସାରି ତାକୁ ଲୁଚାଇ ରଖନ୍ତୁ ।

ଘରର ଦକ୍ଷିଣ ଦିଗରେ ତୁଳସୀ ଚଉରା କରନ୍ତୁ । ବାହାରକୁ କୌଣସି କାର୍ଯ୍ୟରେ ଗଲାବେଳେ ତୁଳସୀ ଚଉରା ମୂଳ ମାଟିକୁ ମୁଣ୍ଡରେ ଲଗାଇ ଯାଆନ୍ତୁ ।

ଛୋଟ ପିତ୍ତଳ ଢାଳରେ ଖୁଚୁରା ପଇସା ପୂର୍ଣ୍ଣ କରି ଘରର ପଶ୍ଚିମ ଦିଗରେ ରଖି ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ।

#Odia#Odisha#News
Share Article:

Related Articles