News Room Odisha
BREAKING
Odia

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଏନୟୁ କୁଳପତି, ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା

ଭୁବନେଶ୍ୱର – ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ( ଜେଏନୟୁ)ର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ସେ ଭୁବନେଶ୍ୱର ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ପ୍ରଫେସର ପଣ୍ଡିତ ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏହି ରୂପାନ୍ତରଣ ପ୍ରକ୍ରିୟା ଓଡ଼ିଶାର ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା [...]

Admin•February 4, 2024
Share Article:

ଭୁବନେଶ୍ୱର – ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ( ଜେଏନୟୁ)ର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ସେ ଭୁବନେଶ୍ୱର ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ପ୍ରଫେସର ପଣ୍ଡିତ ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏହି ରୂପାନ୍ତରଣ ପ୍ରକ୍ରିୟା ଓଡ଼ିଶାର ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ଜେଏନୟୁ କୁଳପତି କହିଛନ୍ତି। ପ୍ରଫେସର ପଣ୍ଡିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମବାୟ ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। ଦେଶବିଦେଶରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପାଇଁ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜେଏନୟୁ କୁଳପତି। ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ ।

ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ଜେଏନୟୁ କୁଳପତି ପ୍ରଶଂସା କରି କହିଛନ୍ତି ଯେ, ସେ ଏକାକୀ ବିଶ୍ୱରେ ଓଡ଼ିଶାର ଗୌରବକୁ ବୃଦ୍ଧି କରିଥିଲେ ।
ଆଞ୍ଚଳିକ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ସହ ଏଗୁଡିକର ସର୍ବଭାରତୀୟ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ଜେଏନୟୁ କୁଳପତି।

ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ଅଧ୍ୟୟନ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ । ଏହି କେନ୍ଦ୍ର ଓଡ଼ିଆ ବିଷୟବସ୍ତୁ ଅଧ୍ୟୟନ ପାଇଁ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ କରିବ । ଏହାଛଡା ଏହି କେନ୍ଦ୍ରରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ, ଜଗନ୍ନାଥ ସଂସ୍କୃତି ଓ ପ୍ରାଚୀନ ଓଡିଆ ସାହିତ୍ୟର ଗ୍ରନ୍ଥାବଳୀ ସମ୍ପର୍କିତ ଅଧ୍ୟୟନର ବ୍ୟବସ୍ଥା ରହିବ ।

#Odia#Odisha#News
Share Article:

Related Articles