News Room Odisha
BREAKING
Odia

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ

ଭୁବନେଶ୍ୱର – ଚାରିବର୍ଷ ତଳର ଏକ ଦୁଷ୍କର୍ମ ଅଭିଯୋଗରେ ବର୍ତ୍ତମାନର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଜଣେ ମହିଳା ଏସଆଇଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସ୍‌ଆଇ ଜଣକ ଚାକିରି କରୁଥିଲେ। ସେଠାରେ ତାଙ୍କ ଉପର ଅଧିକାରୀ ଥିଲେ ଆଇଆଇସି ରମେଶ ପ୍ରଧାନ। ସେ ସରକାରୀ [...]

Admin•February 4, 2024
Share Article:

ଭୁବନେଶ୍ୱର – ଚାରିବର୍ଷ ତଳର ଏକ ଦୁଷ୍କର୍ମ ଅଭିଯୋଗରେ ବର୍ତ୍ତମାନର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଜଣେ ମହିଳା ଏସଆଇଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସ୍‌ଆଇ ଜଣକ ଚାକିରି କରୁଥିଲେ। ସେଠାରେ ତାଙ୍କ ଉପର ଅଧିକାରୀ ଥିଲେ ଆଇଆଇସି ରମେଶ ପ୍ରଧାନ। ସେ ସରକାରୀ କ୍ୱାର୍ଟରରେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଏସ୍‌ଆଇ ଜଣକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ମହିଳା ଏସ୍‌ଆଇ ଜଣକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ମାମଲା ରୁଜୁ କରି ତଦନ୍ତ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଡିଜିପି ଅରୁଣ ଷଡଙ୍ଗୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁ ଟିମର ନେତୃତ୍ୱ ନେଉଛନ୍ତି। ଯଦି ଆଇଆଇସିଙ୍କ ବିରୋଧରେ ପ୍ରମାଣ ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।

#Odia#Odisha#News
Share Article:

Related Articles