ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଆୟୋଜନ, ବିଭାଗୀୟ ପ୍ରକୋଷ୍ଠରେ ସର୍ବାଧିକ ଜନସମାଗମ
ଭୁବନେଶ୍ୱର – ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଆୟୋଜନ ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବେଶ୍ ଆକର୍ଷିତ ହୋଇଥିଲେ । ଏଥିରେ ଓଡ଼ିଶାରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରାଯାଉଛି । ବିଭାଗ ପକ୍ଷରୁ ନିଜ କ୍ଷେତ୍ରରେ ଏଥିନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟକାର୍ଡ ବିନିମୟ [...]
ଭୁବନେଶ୍ୱର – ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଆୟୋଜନ ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବେଶ୍ ଆକର୍ଷିତ ହୋଇଥିଲେ । ଏଥିରେ ଓଡ଼ିଶାରେ ଓଡ଼ିଆ ଭାଷାର କ୍ରମ ବିବର୍ତ୍ତନ ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରାଯାଉଛି । ବିଭାଗ ପକ୍ଷରୁ ନିଜ କ୍ଷେତ୍ରରେ ଏଥିନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟକାର୍ଡ ବିନିମୟ । ସ୍କୁଲ ପିଲାମାନଙ୍କୁ ବିଶେଷ ଭାବରେ ପୋଷ୍ଟକାର୍ଡ ବିନିମୟ ଆକର୍ଷିତ କରିବାରେ ସଫଳ ହୋଇପାରିଛି । ରଥଯାତ୍ରା, ରଜ, ଝୋଟିକଳା, ପୋଡ଼ପିଠା, ଦୋଳିଖେଳ, ଓଡ଼ିଶୀ, ସମ୍ବଲପୁରୀ ଇତ୍ୟାଦି ସମେତ ଓଡ଼ିଶାର ବିଶେଷତ୍ୱକୁ ଦର୍ଶାଉଥିବା ବିଭିନ୍ନ ପ୍ରକାରର ଚିତ୍ର ଏଠାରେ ପୋଷ୍ଟକାର୍ଡ ମାଧ୍ୟମରେ ସ୍ଥାନିତ ହୋଇଛି । ପ୍ରଦର୍ଶନୀକୁ ଆସୁଥିବା ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର ପୋଷ୍ଟକାର୍ଡ ବାଛି ଏଥିରେ ସୁନ୍ଦର ସୁନ୍ଦର ‘ସ୍ମୃତିଲେଖ’ ଲେଖି ଏହାକୁ ନିଜ ପ୍ରିୟଜନଙ୍କୁ ପଠାଉଛନ୍ତି ।
ଏଥିସହ ଦ୍ୱିତୀୟ ଦିନରେ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ବକ୍ତା ଭାବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ‘ଓଡ଼ିଶାର ପ୍ରତ୍ନତତ୍ତ୍ୱ’ ବା ‘ଆର୍କିଓଲୋଜି ଅଫ୍ ଓଡ଼ିଶା’ ଶୀର୍ଷକରେ ଆୟୋଜିତ ପ୍ରଥମ ଅଧିବେଶନରେ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ର ଓମ୍ ଶ୍ରୀ ରଣବୀର ସିଂ ଓ କଳା ବିଭାଗର ଛାତ୍ରୀ ଆବୃତି ଦାଶ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଅପରାହ୍ନ ୩ଟାରୁ ୫ଟା ୩୦ ପର୍ଯ୍ୟନ୍ତ ‘ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ’ ଶୀର୍ଷକରେ ଚାଲିଥିବା ଦ୍ୱିତୀୟ ଅଧିବେଶନରେ ବାଲିଅନ୍ତା ବେଣ୍ଟପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଚୌଧୁରୀ ଅଙ୍କିତା ଦାଶ ଅଭିଭାଷଣ ପ୍ରଦାନ କରିଥିଲେ ।
ସମ୍ମିଳନୀରେ ପ୍ରଥମ ଦିନ ୧୨ ଜଣ ଗାଇଡ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଦୁଇଟି ଅଧିବେଶନରେ ୪୦୦ଜଣ ଛାତ୍ରଛାତ୍ରୀ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ପ୍ରଥମ ଅଧିବେଶନରେ ୨୦୦ ଓ ଦ୍ୱିତୀୟ ଅଧିବେଶନରେ ୨୦୦ ଛାତ୍ରଛାତ୍ରୀ ୧୨ ଜଣ ଗାଇଡ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
5T Chairman Participates in Nua-O Fest in Puri Dist, Reviews Progress of Various Development Works
Next Articleଗୀତା ଉପଦେଶ: ନିଜର ସମସ୍ତ ବୁଦ୍ଧି ଭଗବାନଙ୍କ ଠାରେ ସ୍ଥିର ହୋଇଯିବା ଉଚିତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
