News Room Odisha
BREAKING
Odia

ମାଘ ଶୀତ ଗାଏବ, ଏବେଠୁ ବଢିଲାଣି ତାତି

ଭୁବନେଶ୍ବର – ମାଘ ମାସ ଚାଲିଛି । ଏହି ମାସରେ ବି ଶୀତ ଥରାଇବା କଥା । ଶୀତ ତ ଉଭେଇ ଗଲାଣି। ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ହିଁ ଅନୁଭୂତ ହେଲାଣି ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି ଅନେକ ଅଞ୍ଚଳରେ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଥିବାରୁ ଗରମ ଅନୁଭୂତ ହେଉଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବରରେ ଦିନ ତାପମାତ୍ରା ୩୧.୭ ଡିଗ୍ରୀ ଛୁଇଁଲାଣି। [...]

Admin•February 5, 2024
Share Article:

ଭୁବନେଶ୍ବର – ମାଘ ମାସ ଚାଲିଛି । ଏହି ମାସରେ ବି ଶୀତ ଥରାଇବା କଥା । ଶୀତ ତ ଉଭେଇ ଗଲାଣି। ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ହିଁ ଅନୁଭୂତ ହେଲାଣି ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି ଅନେକ ଅଞ୍ଚଳରେ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଥିବାରୁ ଗରମ ଅନୁଭୂତ ହେଉଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବରରେ ଦିନ ତାପମାତ୍ରା ୩୧.୭ ଡିଗ୍ରୀ ଛୁଇଁଲାଣି। ଏହି ସମୟରେ ରାଜଧାନୀରେ ଦିନ ତାପମାତ୍ରା ସ୍ବାଭାବିକ ଭାବେ ୨୭ରୁ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା କଥା ।କେବଳ ଭୁବନେଶ୍ବର ନୁହେଁ , ଚାନ୍ଦବାଲି , ଅନୁଗୋଳ, ଟିଟିଲାଗଡ, ମାଲକାନଗିରି, ପାରଳାଖେମୁଣ୍ଡି ଏବଂ ରାୟଗଡାରେ ବି ଦିନ ତାପମାତ୍ରା ବୃଦ୍ଧି ହୋଇଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଏଣେ ୬ ତାରିଖରୁ ଦୁଇଦିନ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ୬ରୁ ୮ତାରିଖ ମଧ୍ୟରେ ଉତ୍ତର ଏବଂ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#Odia#Odisha#News
Share Article:

Related Articles