ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ : ‘୨୦୩୬ରେ ଓଡି଼ଶା : ନବଦିଗନ୍ତର ସମ୍ଭାବନା ’ ଶୀର୍ଷକ ଆଲୋଚନା ସଭା
ଭୁବନେଶ୍ୱର – ଆମେ ଦେଶ ଓ ଜାତି ପାଇଁ ସ୍ଵପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ଵପ୍ନର ସମ୍ଭାବନକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧି ଦେଶ ଓ ଜାତି ପାଇଁ ବାଟ ଖୋଜି ନ ଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ମହାତ୍ମା ଗାନ୍ଧି , ଉତ୍କଳମଣି ଗୋପବନ୍ଧୁ , ଉତ୍କଳଗୌରବ ମଧୁସୂଦନଙ୍କ ପରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ଆଦର୍ଶ , ସମୃଦ୍ଧ ଓ [...]
ଭୁବନେଶ୍ୱର – ଆମେ ଦେଶ ଓ ଜାତି ପାଇଁ ସ୍ଵପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ଵପ୍ନର ସମ୍ଭାବନକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧି ଦେଶ ଓ ଜାତି ପାଇଁ ବାଟ ଖୋଜି ନ ଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ମହାତ୍ମା ଗାନ୍ଧି , ଉତ୍କଳମଣି ଗୋପବନ୍ଧୁ , ଉତ୍କଳଗୌରବ ମଧୁସୂଦନଙ୍କ ପରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ଆଦର୍ଶ , ସମୃଦ୍ଧ ଓ ପ୍ରଭାବୀ ହେବ ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ନିର୍ମାଣର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗଚୀ ।
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ ୨୦୩୬ରେ ଓଡ଼ିଶା : ନବଦିଗନ୍ତର ସମ୍ଭାବନା ’ ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବ ସୂରୀମାନଙ୍କ ତ୍ୟାଗ , ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟକଲେ ୨୦୩୬ର ଓଡ଼ିଶା ବିକାଶ , ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି ଉଲ୍ଲେଖ କରିଛନ୍ତି । ଏହି ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ନିରବଚ୍ଛିନ୍ନ ବିକାଶ ଓ ଅଭୂତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵାଧୀନ ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ଵାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମର୍ଯ୍ୟାଦା ଦେଇଛି । ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଜନସାଧାରଣଙ୍କ ସମ୍ମାନକୁ ଗୁରୁତ୍ଵ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି ବୋଲି ପାଣ୍ଡିଆନ କହିଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ବିର୍ଲା କାର୍ବନ ନିର୍ଦ୍ଦେଶକ ( ରସାୟନ ) ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ , ନିର୍ଦ୍ଦେଶକ ଡକ୍ଟର ସଂତୃପ୍ତ ମିଶ୍ର , ମୋନିଟାରି ଅଥେରୀଟି ଅଫ ସିଂଗାପୁରର ମୁଖ୍ୟ ଫିଟେକ ଅଧିକାରୀ ଶ୍ରୀ ସ୍ଵପ୍ନେନ୍ଦୁ ମହାନ୍ତ , ସାନଡିଏଗୋର ଗୀତା ଆଣ୍ଡ୍ ରିଚାର୍ଡ ଆଡ୍ମିନସନ୍ ଅଧ୍ୟକ୍ଷ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶୁଭମ ବେହେରାଙ୍କ ଦ୍ଵାରା ପରିଚାଳିତ ଏହି ଆଲୋଚନା ଚକ୍ରରେ କଟକ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଏବଂ ସୌମ୍ୟ ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ । ଅପରାହ୍ନରେ ଦୁଇଟି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମଟିରେ ଆନ୍ତର୍ଜାତିକ ଖ୍ୟାତିସଂପନ ଫ୍ୟାସନ ଡିଜାଇନର ବିରୁପାକ୍ଷ ମହାପାତ୍ରଙ୍କ ସହିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର ଆଲୋଚନା କରିଥିଲେ । ଦ୍ୱିତୀୟଟି ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱବିଖ୍ୟାତ ଐତିହାସିକ ଓ ଗବେଷକ ପଦ୍ମଶ୍ରୀ ହର୍ମାନ୍ କୁଲ୍ଙ୍କ ସହିତ ଲେଖିକା ତଥା ଐତିହାସିକା ଡକ୍ଟର ନିବେଦିତା ମହାନ୍ତି କଥାବାର୍ତ୍ତା କରିଥିଲେ ।
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ : ପ୍ରତି ୫ ବର୍ଷରେ ଥରେ ସମ୍ମିଳନୀ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Next ArticleWorld Odia Language Conference to Be Held Once in Every 5 Yrs: CM Naveen
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
