News Room Odisha
BREAKING
Odia

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଛାତ୍ରଛାତ୍ରୀ ଦେଲେ ଗିନିଜ୍ ବୁକ ରେକର୍ଡର ଫଳକ, ‘ମୋ କଥା ମୋ କାହାଣୀ’ ଲେଖି ଛାତ୍ରଛାତ୍ରୀ ରଚିଥିଲେ ବିଶ୍ବ ରେକର୍ଡ

ଭୁବନେଶ୍ୱର – ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଛାତ୍ରଛାତ୍ରୀମାନେ ନବୀନ ନିବାସ ଆସିବା ସହିତ “ମୋ କଥା ମୋ କାହାଣୀ” ଲେଖି ହାସଲ କରିଥିବା ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ୍ସର ଫଳକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। [...]

Admin•February 5, 2024
Share Article:

ଭୁବନେଶ୍ୱର – ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଛାତ୍ରଛାତ୍ରୀମାନେ ନବୀନ ନିବାସ ଆସିବା ସହିତ “ମୋ କଥା ମୋ କାହାଣୀ” ଲେଖି ହାସଲ କରିଥିବା ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ୍ସର ଫଳକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ‘ମୋ କଥା ମୋ କାହାଣୀ’ ମାଧ୍ୟମରେ ଗଳ୍ପ ଏବଂ କବିତା ରଚନା କରିଥିଲେ। ଗତ ଶୁକ୍ରବାର ଏହି ପୁସ୍ତକର ହସ୍ତଲିଖିତ ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟାରେ ଅପଲୋଡ କରି ଗିନିଜ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ୍ସ ସଂସ୍ଥାର ବରିଷ୍ଠ ବିଚାରପତି ସ୍ବପ୍ନିଲ ଡଙ୍ଗରିକର୍ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡର ମାନ୍ୟତା ପ୍ରଦାନ କରିବା ସହିତ ଫଳକ ମାଧ୍ୟମରେ ସମ୍ମାନିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ। ଭବିଷ୍ୟତରେ କିପରି ଜଣେ ଜଣେ ଭଲ ମଣିଷ ହେବେ ସେଥିପାଇଁ ପାଇଁ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କୁ ଉପହାର ଦେଇ ଉତ୍ସାହିତ କରିଥିଲେ। ଏହି ଅବସରରେ “ମୋ ସ୍କୁଲ”ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥୀ ଏସ୍ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles