News Room Odisha
BREAKING
Odia

୧୧୩୨ ଛାତ୍ରଛାତ୍ରୀଙ୍କ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ

ବ୍ରହ୍ମପୁର: ସ୍ଥାନୀୟ ଭି. ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଆଜି ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାରା ଜିଲ୍ଲାର ୨୨ ଗୋଟି ବ୍ଲକରୁ ଆସିଥିବା ୧୧୩୨ ଜଣ ଛାତ୍ରଛାତ୍ରୀ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ସେମାନଙ୍କ କଣ୍ଠସ୍ବରରେ ବିଦ୍ୟାଳୟ ପରିସର ଝଙ୍କୃତ ହୋଇ ଉଠିଥିଲା। ଯିଏ ଶୁଣୁଥିଲା ତା’ର ମନ ଓ ହୃଦୟ ଜାତିପ୍ରେମ ଭାବନାରେ ଭରି ଉଠୁଥିଲା। ଅବସର ଥିଲା ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ [...]

Admin•February 5, 2024
Share Article:

ବ୍ରହ୍ମପୁର: ସ୍ଥାନୀୟ ଭି. ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଆଜି ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାରା ଜିଲ୍ଲାର ୨୨ ଗୋଟି ବ୍ଲକରୁ ଆସିଥିବା ୧୧୩୨ ଜଣ ଛାତ୍ରଛାତ୍ରୀ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ସେମାନଙ୍କ କଣ୍ଠସ୍ବରରେ ବିଦ୍ୟାଳୟ ପରିସର ଝଙ୍କୃତ ହୋଇ ଉଠିଥିଲା। ଯିଏ ଶୁଣୁଥିଲା ତା’ର ମନ ଓ ହୃଦୟ ଜାତିପ୍ରେମ ଭାବନାରେ ଭରି ଉଠୁଥିଲା।

ଅବସର ଥିଲା ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତା ଉତ୍ସବ। ପ୍ରାରମ୍ଭରେ ଏହି ବିଦ୍ୟାଳୟ ତଥା ବ୍ରହ୍ମପୁର ମହାନଗର ସମେତ ବିଭିନ୍ନ ବ୍ଲକରୁ ଆସିଥୁବା ଚତୁର୍ଥ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବଛା ବଛା ୧୧୩୨ ଛାତ୍ରଛାତ୍ରୀ ଅତିଥିମାନଙ୍କ ଉପସ୍ଥିତିରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମିତା ପଟ୍ଟନାୟକ। ସେ କହିଥିଲେ ଯେ ଆମ ଭାଷା ଓଡ଼ିଆ ଭାଷା ସବୁଠୁ ବଢ଼ିଆ। ଆମେ ଓଡ଼ିଆ ଭାରି ବଢ଼ିଆ। ଆମ ସଂସ୍କୃତି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସମ୍ମାନିତ ଅତିଥି ଥିଲେ ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ୍ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଡ. ପ୍ରଭାତୀ ମହାପାତ୍ର। ସମଗ୍ର ଶିକ୍ଷା ଅଭିଯାନର ଆଦିବାସୀ ଶିକ୍ଷା ସଂଯୋଜକ ଡ. ସରୋଜ ମୋହନ ପାଳଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

#Odia#Odisha#News
Share Article:

Related Articles