ଜିଏମ୍ଆର୍ ଏରୋ ସହିତ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର – ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍ଆର୍ ଏରୋ ଏକାଡେମୀ ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ ଉଦ୍ୟମ କରାଯାଇଛି । ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ , ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମଆର୍ ମଧ୍ୟରେ ଏକ [...]
ଭୁବନେଶ୍ୱର – ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍ଆର୍ ଏରୋ ଏକାଡେମୀ ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ ଉଦ୍ୟମ କରାଯାଇଛି । ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ , ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମଆର୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଏହି ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଏବଂ ୫ – ଟି ଢାଞ୍ଚାରେ ଓଡ଼ିଶାରେ ବିମାନ ବଳାଚଳ କ୍ଷେତ୍ରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହି ପରିବର୍ତ୍ତନ କେବଳ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହିଁ ବରଂ ଏକ ନୂଆ ଓଡ଼ିଶା ଗଠନରେ ମଧ୍ୟ ସହାୟକ ହେଉଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଆଜି ବିଶ୍ୱସ୍ତରରେ ନିଜର ଉପସ୍ଥିତି ହାସଲ କରିପାରିଛି ବୋଲି କହିଥିଲେ । ଏହି ଐତିହାସିକ ଅବସରରେ ସେ ଜିଏମ୍ଆର୍ ସହିତ ଭାଗୀଦାରିର ଗୁରୁତ୍ଵ ଉପରେ ଆଲୋକପାତ କରି କହିଲେ ଯେ ଏଭଳି ପଦକ୍ଷେପ ମାଧ୍ୟମରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ଏବଂ ଯୁବପିଢ଼ିଙ୍କ ପାଇଁ ଅତୁଳନୀୟ ଦକ୍ଷତା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସହ ହୋଇଥିବା ଏହି ବୁଝାମଣାପତ୍ରରେ ସାର୍ଟିଫିକେସନ୍ ଇନ୍ ଏୟାରପୋର୍ଟ ଅପରେସନ୍ ( ସିଏଓ ) , ବେସିକ୍ ଫାୟାର ଫାଇଟର୍ସ କୋର୍ସ (ବିଏଫ୍ଏଫ୍ସି) ଏବଂ ଏୟାର କାର ମ୍ୟାନେଜମେଣ୍ଟ ଏକ୍ଜିକ୍ୟୁଟିଭ୍ ( ଏସିଏମ୍ ) ଭଳି ସ୍ଵତନ୍ତ୍ର ପାଠ୍ୟକ୍ରମରେ ୩୦୦ରୁ ଅଧିକ ଓଡ଼ିଆ ଯୁବକଙ୍କୁ ଦକ୍ଷ ତାଲିମ ପ୍ରଦାନ କରାଯିବ ।
ସେହିପରି ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (ବିପିଏସି) ଜରିଆରେ ବାଣିଜ୍ୟ ଓ ପରିବହନ ବିଭାଗ ସହ ହୋଇଥିବା ବୁଝାମଣାପତ୍ର ଓଡ଼ିଆ ଯୁବକମାନଙ୍କ ପାଇଁ ବିମାନ ଚଳାଚଳ ଭିତ୍ତିକ ପାଠ୍ୟକ୍ରମରେ ନିଜକୁ ଉନ୍ନତ କରିବାର ସୁଯୋଗ ସୃଷ୍ଟି କରିବ । ଫ୍ଲେକ୍ସିବିଲିଟି କାରଣରୁ ଏହି ଭାଗୀଦାରି ଏନ୍.ୟୁ.ଏ ଓଡ଼ିଶା ଯୋଜନା ଅଧୀନରେ ଦିଆଯାଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଛି, ଯାହା ଓଡ଼ିଆ ଯୁବକମାନଙ୍କ ପାଇଁ ଭବିଷ୍ୟତ ଓ ବାଣିଜ୍ୟରେ ଦକ୍ଷତା ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ ପଥ ଖୋଲିଛି । ସ୍ଵାଗତ ଭାଷଣ ଦେଇ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ନୂଆ ଯୁଗର ଅର୍ଥନୀତିରେ ବିମାନ ଚଳାଚଳ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କହିବା ସହିତ ବିମାନ ଚଳାଚଳ କ୍ଷେତ୍ରରେ ଆମର ଯୁବକମାନଙ୍କୁ ଏକ ସ୍ଵତନ୍ତ୍ର ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ । ଜିଏମ୍ଏଏର ମୁଖ୍ୟ ତଥା ଉପାଧ୍ୟକ୍ଷ ଏୟାର ମାର୍ଶାଲ କେ . ଅନନ୍ତରମଣ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ଏହି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ବିମାନ ଚଳାଚଳ କ୍ଷେତ୍ରର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ପଦକ୍ଷେପ ଏକ ଗେମ୍ ଚେଞ୍ଜର ହେବ , ଯାହା ବିମାନ ବନ୍ଦର କ୍ଷେତ୍ରରେ ଯୁବକମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିବ । ଜିଏମ୍ଆରରେ ପ୍ରଶିକ୍ଷଣ ବିଶ୍ଵ ମାନଦଣ୍ଡକୁ ଅନୁସରଣ କରିବ । ଗ୍ରାଜୁଏଟମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ ଶିଳ୍ପରେ ଯୋଗଦାନ କରିବାକୁ ଉତ୍ସାହିତ ହେବେ । ଡିଏମ୍ଆର୍ ଏରୋ ଏକାଡେମୀ , ଏହାର ମୂଳ ସଂସ୍ଥା ଜିଏମଆର ଏୟାରପୋର୍ଟ ଲିମିଟେଡ ପାଇଁ ସ୍ଵୀକୃତିପ୍ରାପ୍ତ ଏକ ବିଶ୍ଵସ୍ତରୀୟ ବିକାଶକାରୀ ଏବଂ ବିମାନବନ୍ଦରର ଅପରେଟର , ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର , ଜିଏମ୍ଆର୍ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ତର୍ଜାତୀୟ ଏୟାରପୋର୍ଟ ସମେତ ଏକ ସମ୍ମାନଜନକ ପୋର୍ଟଫୋଲିଓ ପରିଚାଳନା କରେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର , ଏବଂ ଅତିରିକ୍ତ ଶାସନ ସଚିବ ଦେବଦତ୍ତ ସୁରଞ୍ଜିତା ଜେନା , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଓଏସ୍ – କମ – ଅତିରିକ୍ତ ଶାସନ ସଚିବ ଗଙ୍ଗାଧର ସାହୁ , ଜିଏମ୍ଆର୍ ଏରୋ ଏକାଡେମିର ମୁଖ୍ୟ ପାରୁଲ ସିଂହ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ, ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଲା
Next Articleବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସରିଥିଲେ ବି ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ହଲରେ ଭିଡ଼
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
