ଓଡ଼ିଆ ଭାଷା ସମ୍ମିଳନୀରେ ନୂଆ ପିଢ଼ି ସହ ଯୋଡ଼ି ହେଲେ ପୁରାତନ ଛାତ୍ର, ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ସିଦ୍ଧାର୍ଥଙ୍କୁ ପ୍ରଶଂସା କଲେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ସଚ୍ଚିଦାନନ୍ଦ ପଣ୍ଡା
ଭୁବନେଶ୍ୱର – କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାର୍ଥ କୁମାର ସାହୁଙ୍କୁ “ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ”ରେ ପ୍ରୋତ୍ସାହିତ କରିଛନ୍ତି ସେହି ବିଦ୍ୟାଳର ପୁରାତନ ଛାତ୍ର। ଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଡକ୍ଟର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କ ଅଭିଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା ଜିନ୍ ଓ ମଲିକ୍ୟୁଲ୍ ସମ୍ବନ୍ଧରେ ଗବେଷଣା କରୁଥିବା ଜଣେ ପ୍ରସିଦ୍ଧ ବୈଜ୍ଞାନିକ। ପ୍ରଥମ ବିଶ୍ବ [...]
ଭୁବନେଶ୍ୱର – କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାର୍ଥ କୁମାର ସାହୁଙ୍କୁ “ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ”ରେ ପ୍ରୋତ୍ସାହିତ କରିଛନ୍ତି ସେହି ବିଦ୍ୟାଳର ପୁରାତନ ଛାତ୍ର। ଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଡକ୍ଟର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କ ଅଭିଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା ଜିନ୍ ଓ ମଲିକ୍ୟୁଲ୍ ସମ୍ବନ୍ଧରେ ଗବେଷଣା କରୁଥିବା ଜଣେ ପ୍ରସିଦ୍ଧ ବୈଜ୍ଞାନିକ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ସିଦ୍ଧାର୍ଥ ଓଡ଼ିଆ ଭାଷାକୁ ନେଇ ଚମତ୍କାର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅଭିଭାଷଣ ସମସ୍ତଙ୍କୁ ବିମୋହିତ କରିବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଏହି ଅଭିଭାଷଣ ସଚ୍ଚିଦାନନ୍ଦଙ୍କୁ ମଧ୍ୟ ଆକର୍ଷିତ କରିଥିଲା । ଭାଷଣ ଦେଉଥିବା ପିଲାଟି ଜଣେ ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଜାଣିବା ପରେ ସେ ଆନନ୍ଦ ଓ ଗର୍ବରେ ଆସି ସିଦ୍ଧାର୍ଥଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସିଦ୍ଧାର୍ଥଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅନେକ ବରିଷ୍ଠ ଅତିଥି ତଥା ପ୍ରଶାସନିକ ଅଧିକାରୀମାନେ ମଧ୍ଯ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କୁ ବେଶ୍ ପ୍ରଶଂସା କରିଥିଲେ। ନିଜ ବିଦ୍ୟାଳୟର ପରବର୍ତ୍ତୀ ପିଢ଼ିର କୃତିତ୍ବକୁ ନେଇ ବେଶ୍ ଗର୍ବିତ ବୋଲି ସେ କହିଛନ୍ତି। ସିଦ୍ଧାର୍ଥଙ୍କର ଓଡ଼ିଆ ଭାଷା ପ୍ରତି ରୁଚି ଏବଂ ଓଡ଼ିଆ କହିବା ଶୈଳୀକୁ ନେଇ ସେ ପ୍ରଶଂସା କରିବା ସହ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିଲେ।ସିଦ୍ଧାର୍ଥଙ୍କ ବାପା ପେଶାରେ ଜଣେ ଆଇସକ୍ରିମ ବିକ୍ରେତା ହୋଇଥିବାବେଳେ, ପୁଅର ଏହି ସଫଳତା ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି। ଭବିଷ୍ୟତରେ ସିଦ୍ଧାର୍ଥ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଆଶା ରଖିଛନ୍ତି।
ଶରଦ ପାୱାରଙ୍କୁ ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବେ ନିର୍ବାଚନ କମିଶନଙ୍କ ମାନ୍ୟତା
Next Articleନବମ ଥର ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଭାରତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
