News Room Odisha
BREAKING
Odia

ଏନସିପି ମାମଲାରେ ନିର୍ବାଚନ କମିଶନଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଶରଦ ପାୱାର ଗୋଷ୍ଠୀ

ମୁମ୍ବାଇ: ଶିବସେନା ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟ ଭାଗ ଭାଗ ହୋଇଛି। ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଦଳର ନାମ ଏନସିପି ସହ ନିର୍ବାଚନ ପ୍ରତୀକ ‘କାନ୍ଥଘଣ୍ଟା’ ମଧ୍ୟ ଅଜିତ ଗୋଷ୍ଠୀକୁ ଦେଇଛନ୍ତି। ଦୀର୍ଘ ୬ ମାସ ଧରି ୧୦ ଥର ଶୁଣାଣି ପରେ ନିର୍ବାଚନ କମିଶନ ଏନସିପି ବିବାଦ ଉପରେ ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଏହି ରାୟକୁ ଶରଦ [...]

Admin•February 7, 2024
Share Article:

ମୁମ୍ବାଇ: ଶିବସେନା ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟ ଭାଗ ଭାଗ ହୋଇଛି। ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଦଳର ନାମ ଏନସିପି ସହ ନିର୍ବାଚନ ପ୍ରତୀକ ‘କାନ୍ଥଘଣ୍ଟା’ ମଧ୍ୟ ଅଜିତ ଗୋଷ୍ଠୀକୁ ଦେଇଛନ୍ତି।

ଦୀର୍ଘ ୬ ମାସ ଧରି ୧୦ ଥର ଶୁଣାଣି ପରେ ନିର୍ବାଚନ କମିଶନ ଏନସିପି ବିବାଦ ଉପରେ ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଏହି ରାୟକୁ ଶରଦ ପାୱାର ଗୋଷ୍ଠୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କହିଛି । ନିର୍ବାଚନ କମିଶନଙ୍କ ରାୟ‌ ଗଣତନ୍ତ୍ରର‌ ହତ୍ୟା ବୋଲି କହିଛି ଶରଦ ପାୱାର ଗୋଷ୍ଠୀ।

ଉଲ୍ଲେଖଯୋଗ୍ୟ, ଶରଦ ପାୱାରଙ୍କ ଠାରୁ ଅଲଗା ହେବା ପରେ ଅଜିତ ପାଓ୍ବାର ଅଧିକାଂଶ ଏନସିପି ବିଧାୟକଙ୍କ ସହ ଗତବର୍ଷ ଜୁଲାଇରେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ମହାରାଷ୍ଟ୍ରର ବିଜେପି- ଶିବସେନା ସରକାରରେ ସାମିଲ ହୋଇଥିଲେ ।

#Odia#Odisha#News
Share Article:

Related Articles