ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି #VKPandianInMetaverse
ଭୁବନେଶ୍ୱର – ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ ପ୍ରକ୍ରିୟା। ୫-ଟି ଉପକ୍ରମରେ ରାଜ୍ୟର ସବୁକ୍ଷେତ୍ରରେ ରୂପାନ୍ତରଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସମୟ ସହ ତାଳ ଦେଇ ଡିଜିଟାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା। ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଦ୍ୟ ସମାପ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି [...]
ଭୁବନେଶ୍ୱର – ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ ପ୍ରକ୍ରିୟା। ୫-ଟି ଉପକ୍ରମରେ ରାଜ୍ୟର ସବୁକ୍ଷେତ୍ରରେ ରୂପାନ୍ତରଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସମୟ ସହ ତାଳ ଦେଇ ଡିଜିଟାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା। ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଦ୍ୟ ସମାପ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି ଓଡ଼ିଶାର ସମୃଦ୍ଧ ଭାଷା,ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର କରିବା କୁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ମେଟାଭର୍ସ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନିଆଯାଇଥିଲା। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜେ ଏ ଦିଗରେ ଉଦ୍ୟମ କରିଥିଲେ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଏହି ଡିଜିଟାଲ ପ୍ଲାଟଫର୍ମ ବେଶ୍ ଚର୍ଚ୍ଚିତ ହେବା ସହ ଆଦୃତ ହୋଇଛି । ଏପରି ଏକ ହାଇଟେକ୍ ବ୍ୟବସ୍ଥା ପାଇଁ ପାଣ୍ଡିଆନଙ୍କୁ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ଏଭଳି ଉଦ୍ୟମ ବେଶ୍ ପ୍ରଶଂସିତ ହେଉଛି । X ରେ ‘ଭିକେପାଣ୍ଡିଆନ ଇନମେଟାଭର୍ସ’ ଏକ ନମ୍ବରରେ ଟ୍ରେଣ୍ଡ କରୁଛି ।

#VKPandianInMetaverse Trends on Top Most Position in Social Media
Next Articleସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ, ୨୫ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
