ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳ ନେତାଙ୍କ ପରି ବ୍ୟବହାର କରୁଛନ୍ତି: ଷ୍ଟାଲିନ
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋଦି କଂଗ୍ରେସ ଦଳକୁ ଏପରି ଟାର୍ଗେଟ୍ କରୁଛନ୍ତି ସତେ ଯେମିତି କଂଗ୍ରେସ ଶାସକ ଦଳ ଏବଂ ସେ ନିଜେ ବିରୋଧୀ ଦଳ ନେତା । ସ୍ପେନ ଗସ୍ତ ଶେଷ କରି ଚେନ୍ନାଇ ଫେରିଥିବା ଷ୍ଟାଲିନଙ୍କୁ ଯେତେବେଳେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ମୁଁ ଏହା [...]
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋଦି କଂଗ୍ରେସ ଦଳକୁ ଏପରି ଟାର୍ଗେଟ୍ କରୁଛନ୍ତି ସତେ ଯେମିତି କଂଗ୍ରେସ ଶାସକ ଦଳ ଏବଂ ସେ ନିଜେ ବିରୋଧୀ ଦଳ ନେତା ।
ସ୍ପେନ ଗସ୍ତ ଶେଷ କରି ଚେନ୍ନାଇ ଫେରିଥିବା ଷ୍ଟାଲିନଙ୍କୁ ଯେତେବେଳେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ମୁଁ ଏହା (ମୋଦୀଙ୍କ ଭାଷଣ) ଦେଖିଛି, ପଢ଼ିଛି ଓ ଉପଭୋଗ କରିଛି। ତାଙ୍କୁ ଭାଷଣ ଶୁଣି ମୁଁ ହସିଛି ମଧ୍ୟ।
ଷ୍ଟାଲିନ କହିଛନ୍ତି, କ୍ଷମତା ସମ୍ଭାଳିବା ପରଠାରୁ ମୋଦୀ ଏମିତି ବ୍ୟବହାର କରୁଛନ୍ତି ଯେମିତି ‘ଭାରତୀୟ ଜନତା ପାର୍ଟି’ ବିରୋଧୀ ଦଳ ଏବଂ କଂଗ୍ରେସ ହେଉଛି ଶାସକ ଦଳ।
ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଆଗାମୀ ଲୋକସଭା ନିର୍ବାଚନରେ ୪୦୦ ରୁ ଅଧିକ ଆସନ ଜିତିବ ବୋଲି ମୋଦୀଙ୍କ ଦାବି ନେଇ ଏକ ପ୍ରଶ୍ନର ଉତ୍ତରରେ ଷ୍ଟାଲିନ କଟାକ୍ଷ କରି କହିଛନ୍ତି, ଯଦି ଏନଡିଏ ସମସ୍ତ ୫୪୩ ଲୋକସଭା ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ କୁହନ୍ତି ତେବେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ?
Motion of Thanks: BJD MP Places Various Pressing Needs of Odisha
Next Articleରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଓଡ଼ିଶାର ଆବଶ୍ୟକତା ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
