News Room Odisha
BREAKING
Odia

ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟକୁ ବଦନାମ କଲେ ରାଜ୍ୟବାସୀ କ୍ଷମା କରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ପରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟକୁ ବଦନାମ କରୁଥିବା ଲୋକଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁଁ। ଆମେ ସମସ୍ତେ ମିଳିମିଶି ରାଜ୍ୟର ବୃହତ୍ତର ସ୍ୱାର୍ଥ ହାସଲ ପାଇଁ ସର୍ବଦା କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏକ ନୂଆ ଓ କ୍ଷମତାସମ୍ପନ୍ନ ଓଡ଼ିଶା ପାଇଁ କାମ [...]

Admin•February 7, 2024
Share Article:

ଭୁବନେଶ୍ୱର- ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ପରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟକୁ ବଦନାମ କରୁଥିବା ଲୋକଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁଁ। ଆମେ ସମସ୍ତେ ମିଳିମିଶି ରାଜ୍ୟର ବୃହତ୍ତର ସ୍ୱାର୍ଥ ହାସଲ ପାଇଁ ସର୍ବଦା କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏକ ନୂଆ ଓ କ୍ଷମତାସମ୍ପନ୍ନ ଓଡ଼ିଶା ପାଇଁ କାମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ବେଳେ ରାଜନୀତି କରିହେବ । କିନ୍ତୁ ସମ୍ବେଦନଶୀଳ ଅପରାଧ, ରାଜ୍ୟର ବିକାଶ ଓ ଭାବମୂର୍ତ୍ତି ପ୍ରସଙ୍ଗରେ ରାଜନୀତି ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ,ବିଏସକେୱ।ଇ ଦେଶର ସବୁଠୁ ଭଲ ଯୋଜନା । ଆଦିବାସୀଙ୍କ ଆର୍ଥିକ ବିକାଶ ପାଇଁ ‘ଲାଭ’ ଯୋଜନା ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଗରିବୀ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ରାଜ୍ୟର ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ।

ଏବେ ଗରିବଙ୍କ ସଂଖ୍ୟା ୧୦ ପ୍ରତିଶତକୁ ଖସିଛି । ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ଓ ଲିଙ୍ଗରାଜ ପ୍ରକଳ୍ପ ବନ୍ଦ ଉଦ୍ୟମ ହୋଇଥିଲା । କିନ୍ତୁ ଏହା ସଫଳ ହେଲା ନାହିଁ। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହି ସେ ବିରୋଧୀ ଦଳର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି ।

#Odia#Odisha#News
Share Article:

Related Articles