News Room Odisha
BREAKING
Odia

ଆଜି ରାଜ୍ୟ ବଜେଟ୍

ଭୁବନେଶ୍ବର – ଆଜି ବିଧାନସଭାରେ ଆଗତ ହେବ ୨୦୨୪-୨୫ ବର୍ଷ ପାଇଁ ବଜେଟ୍। ସଂଧ୍ୟା ୫ଟାରେ ବଜେଟ ଉପସ୍ଥାପନ କରାଯିବ । ଆଗକୁ ନିର୍ବାଚନ ଥିବାରୁ ଆଗାମୀ ୪ ମାସ ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରାୟ ୯୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡିଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହେବ ।ଏଥିରୁ ପ୍ରାୟ ୯୦ [...]

Admin•February 8, 2024
Share Article:

ଭୁବନେଶ୍ବର – ଆଜି ବିଧାନସଭାରେ ଆଗତ ହେବ ୨୦୨୪-୨୫ ବର୍ଷ ପାଇଁ ବଜେଟ୍। ସଂଧ୍ୟା ୫ଟାରେ ବଜେଟ ଉପସ୍ଥାପନ କରାଯିବ । ଆଗକୁ ନିର୍ବାଚନ ଥିବାରୁ ଆଗାମୀ ୪ ମାସ ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରାୟ ୯୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡିଛି।

ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହେବ ।ଏଥିରୁ ପ୍ରାୟ ୯୦ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍‌କୁ ପାରିତ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ରଖିବେ । ବଜେଟ୍‌ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିଶନ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବା ସମ୍ଭାବନା ରହିଛି। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ ଯେପରି କୌଣସି ସମସ୍ୟା ହେବନାହିଁ , ସେନେଇ ବଜେଟ୍‌ରେ ବ୍ୟବସ୍ଥା କରାଯିବ।

#Odia#Odisha#News
Share Article:

Related Articles