News Room Odisha
BREAKING
Odia

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ‘ମୋଦୀ ଓବିସି ନୁହଁନ୍ତି’

ଝାରସୁଗୁଡ଼ା: ଓଡ଼ିଶାରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ତୃତୀୟ ତଥା ଅନ୍ତିମ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତିି। ରାହୁଲ କହିଛନ୍ତିି ପ୍ରଧାନମନ୍ତ୍ରୀ ମୋଦୀ ଓବିସି ପରିବାରରେ ଜନ୍ମ ହୋଇନାହାଁନ୍ତି । ସେ ନିଜକୁ ଓବିସି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଅବସରରେ ଗୁରୁବାର ଝାରସୁଗୁଡ଼ାରେ ଏକ ସଂକ୍ଷିପ୍ତ ଭାଷଣରେ ରାହୁଲ କହିଛନ୍ତି, ମୋଦୀଙ୍କ ଜନ୍ମ ସାଧାରଣ ଜାତିରେ ହୋଇଛି । ରାହୁଲ କହିଛନ୍ତି, [...]

Admin•February 8, 2024
Share Article:

ଝାରସୁଗୁଡ଼ା: ଓଡ଼ିଶାରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ତୃତୀୟ ତଥା ଅନ୍ତିମ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତିି। ରାହୁଲ କହିଛନ୍ତିି ପ୍ରଧାନମନ୍ତ୍ରୀ ମୋଦୀ ଓବିସି ପରିବାରରେ ଜନ୍ମ ହୋଇନାହାଁନ୍ତି । ସେ ନିଜକୁ ଓବିସି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଅବସରରେ ଗୁରୁବାର ଝାରସୁଗୁଡ଼ାରେ ଏକ ସଂକ୍ଷିପ୍ତ ଭାଷଣରେ ରାହୁଲ କହିଛନ୍ତି, ମୋଦୀଙ୍କ ଜନ୍ମ ସାଧାରଣ ଜାତିରେ ହୋଇଛି ।

ରାହୁଲ କହିଛନ୍ତି, “ମୋଦୀ ଅନ୍ୟ ପଛୁଆ ବର୍ଗ(ଓବିସି)ର ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରକୃତରେ ମୋଦୀଙ୍କ ଜନ୍ମ ତେଲି ଜାତିରେ ହୋଇଥିଲା, ଯାହା ୨୦୦୦ରେ ଗୁଜରାଟରେ ବିଜେପି ସରକାର ସମୟରେ ‘ଓବିସି’ ତାଲିକାଭୁକ୍ତ ହୋଇଥିଲା। ତେଣୁ ମୋଦୀ ଜନ୍ମରୁ ଓବିସି ନୁହଁନ୍ତି ।”

ଶିଳ୍ପପତି ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ନେଇ‌ ରାହୁଲ କଟାକ୍ଷ କରି କହିଛନ୍ତିି – ପ୍ରଧାନମନ୍ତ୍ରୀ ଓବିସି ଲୋକଙ୍କ ସହ ହାତ ମିଳାନ୍ତି ନାହିଁ । ସେ କୋଟିପତି ମାନଙ୍କୁ ଆଲିଙ୍ଗନ କରନ୍ତି।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରି ଏକ ଖୋଲା ଜିପ୍ ରେ କିସାନ୍ ଚୌକ ଆଡକୁ ଯାଇଥିଲେ। ତାଙ୍କ ସହ ଦଳୀୟ ନେତା ଅଜୟ କୁମାର ଏବଂ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଥିଲେ। ଏହି ଯାତ୍ରା ଅପରାହ୍ନରେ ଓଡ଼ିଶାରୁ ଛତିଶଗଡରେ ପ୍ରବେଶ କରିବ।

#Odia#Odisha#News
Share Article:

Related Articles