ଆଜି ଆସନ୍ତୁ ଜାଣିବା ” ତ୍ରିବେଣୀ ଅମାବାସ୍ୟା ” ସମ୍ବନ୍ଧରେ
ଭାରତୀୟ ଦାର୍ଶନିକ ଗଣନା ଅନୁସାରେ ପ୍ରତ୍ୟେକ ମାସର କିଛି ନା କିଛି ସ୍ୱାତନ୍ତ୍ରୢ ଓ ମହତ୍ତ୍ୱ ଅଛି। ସେହି ପରିପ୍ରେକ୍ଷୀରେ କିଛି ମାସକୁ ଅତି ପବିତ୍ର ଭାବରେ ଗଣନା କରାଯାଇଥାଏ। ବିଶେଷକରି କାର୍ତ୍ତିକ, ମାଘ ଓ ବୈଶାଖକୁ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇଛି। ଏହା ଉକ୍ତ ମାସରେ ସଂଯୁକ୍ତ ମହାପୁଣ୍ୟଦାୟକ ତିଥି ଯୋଗୁଁ ହୋଇଥାଏ। ମାସ ମଧ୍ୟରେ ପଡ଼ୁଥିବା ବିଭିନ୍ନ ପୁଣ୍ୟଦାୟକ ତିଥି ମାସର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ। ମାଘ ମାସରେ ସେହିପରି କେତେକ [...]
ଭାରତୀୟ ଦାର୍ଶନିକ ଗଣନା ଅନୁସାରେ ପ୍ରତ୍ୟେକ ମାସର କିଛି ନା କିଛି ସ୍ୱାତନ୍ତ୍ରୢ ଓ ମହତ୍ତ୍ୱ ଅଛି। ସେହି ପରିପ୍ରେକ୍ଷୀରେ କିଛି ମାସକୁ ଅତି ପବିତ୍ର ଭାବରେ ଗଣନା କରାଯାଇଥାଏ। ବିଶେଷକରି କାର୍ତ୍ତିକ, ମାଘ ଓ ବୈଶାଖକୁ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇଛି। ଏହା ଉକ୍ତ ମାସରେ ସଂଯୁକ୍ତ ମହାପୁଣ୍ୟଦାୟକ ତିଥି ଯୋଗୁଁ ହୋଇଥାଏ। ମାସ ମଧ୍ୟରେ ପଡ଼ୁଥିବା ବିଭିନ୍ନ ପୁଣ୍ୟଦାୟକ ତିଥି ମାସର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ।
ମାଘ ମାସରେ ସେହିପରି କେତେକ ପୁଣ୍ୟତିଥି ରହିଛି। ସେ ମଧ୍ୟରୁ ତ୍ରିବେଣୀ ଅମାବାସ୍ୟା ଅନ୍ୟତମ। ମାଘ ମାସଟି ଆପାତତଃ ସ୍ନାନ, ଜପ ଓ ଧ୍ୟାନ ଆଦିର ମାସ। ତ୍ରିବେଣୀ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳକୁ ତ୍ରିବେଣୀ କୁହାଯାଏ। ମାଘ ଅମାବାସ୍ୟା ଦିନ ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳେ। ଏଣୁ ଏହି ଅମାବାସ୍ୟାକୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ।
ତ୍ରିବେଣୀ ଅମାବାସ୍ୟାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଜ୍ୟେଷ୍ଠ ଅମାବାସ୍ୟାରେ ହେଉଥିବା ସାବିତ୍ରୀ ବ୍ରତ ପରି, ଏହି ଅମାବାସ୍ୟାରେ ମଧ୍ୟ ସାବିତ୍ରୀ ଦେବୀଙ୍କର ଆରାଧନା କରାଯାଇଥାଏ। ଗ୍ରାମର କୌଣସି ଏକ ସ୍ଥାନରେ ଏକ ପୂଜାମଣ୍ଡପ କରାଯାଏ। ଗୃହିଣୀମାନେ ଉପବାସ କରି ତୁଳସୀ, ବର ଓ ଅଶ୍ୱତ୍ଥ ଏହି ତିନି ବୃକ୍ଷକୁ ଗୋଟିଏ ଗୋଟିଏ ରେଶମୀ ଡୋରରେ ବାନ୍ଧି ପୂଜା ମଣ୍ଡପରେ ବିଜେ କରାନ୍ତି। ବୃକ୍ଷ ପାଖରେ ଶିବ-ପାର୍ବତୀ, ଓ ଲକ୍ଷ୍ମୀ-ନାରାୟଣଙ୍କର ମୂର୍ତ୍ତି ରଖାଯାଏ। ପୂଜା ମଣ୍ଡପଟିକୁ ଫୁଲ, ପତ୍ର ଓ ଚାଉଳବଟା ଚିତାରେ ଅତି ସୁନ୍ଦର ଭାବରେ ସଜାଯାଏ।
ଅବନ୍ତୀରାଜ ଚନ୍ଦ୍ରଧ୍ୱଜଙ୍କର କନ୍ୟା ଚନ୍ଦ୍ରକାନ୍ତି ଓ ବଜ୍ରବାହୁଙ୍କର ବିବାହ, ଅଳ୍ପାୟୁଷ ବଜ୍ରବାହୁଙ୍କ ମୃତ୍ୟୁ ଏବଂ ପୁନଶ୍ଚ ତ୍ରିବେଣୀଙ୍କ ଦୟାରୁ ପ୍ରତି ତ୍ରିବେଣୀରେ ସେମାନଙ୍କର ମିଳନ ଆଦି ସଂପର୍କରେ ଲେଖାଯାଇଥିବା ବ୍ରତକଥା ପଢ଼ାଯାଇ ପୂଜା କରାଯାଏ। ପୂଜା ମଣ୍ଡପରେ ତିନିବୃକ୍ଷଡାଳ ତଳେ ଦୁଇଟି ଲେଖାଏଁ ଗୁଆ ଓ ବେଲ, ହଳଦୀ ଓ ସିନ୍ଦୂରରେ ବିଭୂଷିତ କରି ରଖାଯାଏ। ପୂଜା ଶେଷରେ ଯିଏ ଯାହାର ଗୁଆ ଓ ବେଲ ନେଇ ଘରକୁ ଯାଆନ୍ତି।
ଏହିପୂଜାରେ ଦେବତାଙ୍କୁ ସାତପ୍ରକାରର ଫଳ ଓ ସାତପ୍ରକାରର ଫୁଲ ଅର୍ପଣ କରାଯାଏ। ପୂଜା ସମାପ୍ତି ପରେ ବ୍ରତଚାରିଣୀମାନେ ଯାଇ ବରଗଛରେ ସୂତାବାନ୍ଧି, ତା’ର ପୂଜା କରନ୍ତି। ଏହାର କାରଣ ଭାବରେ ଏତିକି କୁହାଯାଇପାରେ ଯେ ସାବିତ୍ରୀ ଯେତେବେଳେ ଯମଙ୍କର ପଶ୍ଚାତ୍ଧାବନ କରିଥିଲେ, ସେତେବେଳେ ବଟବୃକ୍ଷ ସତ୍ୟବାନଙ୍କର ମୃତପିଣ୍ଡକୁ ଜଗି ରହିଥିଲା।
ଏହି ଦିନ ପୂଜା ସମାପ୍ତି ପରେ, ବ୍ରତଚାରିଣୀମାନେ ହଳଦୀ ପାଣିରେ ନିଜ ପତିଙ୍କର ପାଦ ଧୋଇ, ପୂଜାର ଭୋଗ ତାଙ୍କୁ ଖୁଆଇ ନିଜେ ଖାଇବାର ବିଧି ରହିଛି।
ଅଣ୍ଡର-୧୯ ବିଶ୍ୱକପ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ
Next Articleବିଧାନସଭାରେ ଆଜି ବଜେଟ ଉପରେ ଆଲୋଚନା, ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
