News Room Odisha
BREAKING
Odia

ଗଞ୍ଜାମ ଜିଲ୍ଲା ବିଜେଡିରେ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର – ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଗଞ୍ଜାମ ଜିଲ୍ଲା ଶାଖାରେ ନୂଆ କର୍ମକର୍ତ୍ତା ନିଯୁକ୍ତି ଦେଇଛନ୍ତି। ଗାନ୍ଧି ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ କୁମାର ମହାନ୍ତିଙ୍କୁ ଦଳର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ନାରାୟଣ ପ୍ରସାଦ ଜେନାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବିଜୟ କୁମାର ପାଲଟା ସିଂଙ୍କୁ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ [...]

Admin•February 8, 2024
Share Article:

ଭୁବନେଶ୍ୱର – ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଗଞ୍ଜାମ ଜିଲ୍ଲା ଶାଖାରେ ନୂଆ କର୍ମକର୍ତ୍ତା ନିଯୁକ୍ତି ଦେଇଛନ୍ତି। ଗାନ୍ଧି ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ କୁମାର ମହାନ୍ତିଙ୍କୁ ଦଳର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ନାରାୟଣ ପ୍ରସାଦ ଜେନାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବିଜୟ କୁମାର ପାଲଟା ସିଂଙ୍କୁ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

#Odia#Odisha#News
Share Article:

Related Articles