News Room Odisha
BREAKING
Odia

ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ – ବିପୁଳ ଟଙ୍କା ସହ ଧରାପଡ଼ିଥିବା ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଗତକାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ମହାପାତ୍ର ନିଜ ଗାଡ଼ିରେ [...]

Admin•February 10, 2024
Share Article:

କଟକ – ବିପୁଳ ଟଙ୍କା ସହ ଧରାପଡ଼ିଥିବା ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଗତକାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ମହାପାତ୍ର ନିଜ ଗାଡ଼ିରେ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ତାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ସେ ଭୁବନେଶ୍ବର ଅଭିମୁଖେ ବାହାରିଥିବା ବେଳେ ଭିଜିଲାନ୍ସ ଟିମ୍‌ କଟକ ନିକଟ ବିରିବାଟୀ ତାରିଣୀ ଛକରେ ତାଙ୍କୁ ଅଟକାଇ କାରର ଖାନତଲାସୀ କରିଥିଲେ। ତାଙ୍କଠାରୁ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିଲା । ଅଧିକ ଚଢ଼ାଉ ପରେ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।

#Odia#Odisha#News
Share Article:

Related Articles