News Room Odisha
BREAKING
Odia

ହକି ପ୍ରୋ ଲିଗ୍ : ସ୍ପେନକୁ ହରାଇଲା ଭାରତ, ଓଡ଼ିଶାକୁ ଆନ୍ତର୍ଜାତିକ ହକି ଫେରିଥିବାରୁ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ୍ ୨୦୨୩-୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ନିଜର ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୪-୧ ଗୋଲରେ ହରାଇଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ଯୁଗରାଜ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ମାର୍କ ମିରାଲେସ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ [...]

Admin•February 10, 2024
Share Article:

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ୍ ୨୦୨୩-୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ନିଜର ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୪-୧ ଗୋଲରେ ହରାଇଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ଯୁଗରାଜ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ମାର୍କ ମିରାଲେସ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ଥିଲା।

ଭାରତ- ସ୍ପେନ ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶାକୁ ପୁଣି ଆନ୍ତର୍ଜାତିକ ହକି ଫେରିଥିବାରୁ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ୨୦୨୩ ହକି ବିଶ୍ୱକପ ଆୟୋଜନ ସଫଳ ହେବା ପରେ ହକି ପ୍ରତି ଉତ୍ସାହ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସବୁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles