News Room Odisha
BREAKING
Odia

ଖଲ୍ଲିକୋଟ ରାଣୀଙ୍କ ବିୟୋଗ: ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ

ବ୍ରହ୍ମପୁର: ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ କେବଳ ଯେ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କଲା। ଜଣେ ମହିଳା ହୋଇ ୧୦ ଥର ବିଧାୟିକା ଓ ସେଥିରୁ ୭ ଥର ଲଗାତାର ବିଧାନସଭା ନିର୍ବାଚନରେ ବିଜୟୀ ହେବା ରାଜନୀତିର ଏକ ଅନନ୍ୟ ଇତିହାସ ଭାବେ ଲିପିବଦ୍ଧ ହୋଇ ରହିବ। ରାଜ୍ୟରେ ଅଣକଂଗ୍ରେସ ରାଜନୀତିରେ ସେ ଥିଲେ ଏକ ମାଇଲଖୁଣ୍ଟ। ଯଦିଓ ଶ୍ବଶୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ [...]

Admin•February 11, 2024
Share Article:
ଖଲ୍ଲିକୋଟ ରାଣୀଙ୍କ ବିୟୋଗ: ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ

ବ୍ରହ୍ମପୁର: ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ କେବଳ ଯେ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କଲା। ଜଣେ ମହିଳା ହୋଇ ୧୦ ଥର ବିଧାୟିକା ଓ ସେଥିରୁ ୭ ଥର ଲଗାତାର ବିଧାନସଭା ନିର୍ବାଚନରେ ବିଜୟୀ ହେବା ରାଜନୀତିର ଏକ ଅନନ୍ୟ ଇତିହାସ ଭାବେ ଲିପିବଦ୍ଧ ହୋଇ ରହିବ।

ରାଜ୍ୟରେ ଅଣକଂଗ୍ରେସ ରାଜନୀତିରେ ସେ ଥିଲେ ଏକ ମାଇଲଖୁଣ୍ଟ। ଯଦିଓ ଶ୍ବଶୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ମୃତ୍ୟୁ ପରେ ୧୯୬୩ ମସିହା ଉପନିର୍ବାଚନରେ ସେ କଂଗ୍ରେସ ଟିକଟରେ ପ୍ରଥମ ଥର ବିଧାୟିକା ହୋଇଥିଲେ। ତେବେ ୧୯୭୪ ମସିହାରେ ବିଜୁ ପଟ୍ଟନାୟକଙ୍କ ଆମନ୍ତ୍ରଣ କ୍ରମେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ଦ୍ବିତୀୟ ଥର ବିଧାୟିକା ହେବା ପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ। ପରବର୍ତ୍ତୀ ସମୟରେ ଜନତା ଦଳ ଓ ବିଜୁ ବାବୁଙ୍କ ଆବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ବିଧାୟିକା ଭାବେ ଅପରାଜେୟ ରେକର୍ଡ ସୃଷ୍ଟି କରିଥିଲେ। ୧୯୮୦-୮୫ ମସିହାକୁ ବାଦ୍ ଦେଲେ (ସେହି ଥର ନିର୍ବାଚନ ଲଢ଼ି ନଥିଲେ) ସେ ଲଗାତାର ୫ ଥର ଖଲ୍ଲିକୋଟ ଓ ୨୦୦୯ରୁ ଲଗାତାର ୨ ଥର କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।

୧୯୬୩, ୧୯୭୪ ଓ ୧୯୭୭ ପରେ ୧୯୮୫ରୁ ୨୦୧୯ ଯାଏଁ ସେ ବିଧାନସଭା ନିର୍ବାଚନରେ ଅପରାଜେୟ ରହିଥିଲେ। ତାଙ୍କୁ ପରାଜିତ କରିବା କୌଣସି ବିପକ୍ଷ ଦଳ ପ୍ରାର୍ଥୀଙ୍କ ପାଇଁ ଅସମ୍ଭବ ହୋଇ ରହିଥିଲା। ୨୦୧୯ରେ ସ୍ବାସ୍ଥ୍ୟଗତ କାରଣରୁ ସେ ପ୍ରତ୍ୟକ୍ଷ ରାଜନୀତିରୁ ବିରତି ନେବା ସହ ଆଉ ନିର୍ବାଚନ ଲଢ଼ି ନଥିଲେ। ତେବେ ଏତେ ଲମ୍ବା ରାଜନୈତିକ ଇନିଂସ ସତ୍ତ୍ବେ ସେ କେବେବି ମନ୍ତ୍ରୀ ପଦ ପ୍ରତି ମୋହ ଦେଖାଇ ନଥିଲେ। ଅନ୍ୟ କୌଣସି ଲୋଭନୀୟ ପଦପଦବି କିମ୍ବା ଦଳୀୟ ନେତୃତ୍ବ ପ୍ରତି ତାଙ୍କର ତିଳେ ମାତ୍ର ଆସକ୍ତି ନଥିଲା। ବରଂ ଖଲ୍ଲିକୋଟ ଓ ପରେ କବିସୂର୍ଯ୍ୟନଗର ଅଞ୍ଚଳବାସୀଙ୍କ ସେବାରେ ସେ ପରମ ସନ୍ତୁଷ୍ଟି ଲାଭ କରି ଆସିଥିଲେ।

ଖଲ୍ଲିକୋଟ ରାଣୀଙ୍କ ବାସଭବନ।

୧୯୯୬ ମସିହାରେ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରାୟଙ୍କ ଠାରୁ ବାଚସ୍ପତି ନିର୍ବାଚନରେ‌ ପରାଜିତ ହୋଇଥିଲେ। ମାତ୍ର ଖଲ୍ଲିକୋଟ ରାଣୀ ସେତେବେଳେ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ ଯେତେବେଳେ ସେ ୧୯୯୬ ମସିହାରେ କଂଗ୍ରେସ ପୂର୍ବତନ‌ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ବିରୋଧରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢେଇ କରିଥିଲେ।

ରାଜ ପରିବାରର ସ୍ଵତନ୍ତ୍ର ଶ୍ମଶାନ

ଆଜି ସେହି ଅପ୍ରତିଦ୍ଵନ୍ଦ୍ବୀ, ଅଦ୍ୱିତୀୟ ରାଜନେତ୍ରୀ ଇତିହାସ ପାଲଟି ଯାଇଛନ୍ତି। ସୃଷ୍ଟି କରି ଯାଇଛନ୍ତି ଏକ ଅପୂରଣୀୟ ଶୂନ୍ୟ ସ୍ଥାନ। ରବିବାର ତାଙ୍କ କର୍ମକ୍ଷେତ୍ର ଖଲ୍ଲିକୋଟ ନିକଟ ନିର୍ମଳଝର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ କରିବେ ତାଙ୍କ ଅଗଣିତ ଅନୁଗାମୀ, ସମର୍ଥକ, ଅଞ୍ଚଳବାସୀ। ଅପରାହ୍ନରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରାଜ ପରିବାରର ଶ୍ମଶାନ (ସମାଧି ମଠ)ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ପାଳିତ ପୁଅ ତଥା ପୁତୁରା ଡ଼ା. ରାମାରାଓ ମୁଖାଗ୍ନି ଦେବେ। ଏଥିସହ ରାଜ୍ୟ ରାଜନୀତିର ସେ ଉଜ୍ଜ୍ୱଳମୟ ଅଧ୍ୟାୟର ଅବସାନ ଘଟିବ।

#Odia#Odisha#News
Share Article:

Related Articles