News Room Odisha
BREAKING
Odia

ସମ୍ବଲପୁରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ସମୀକ୍ଷା

ସମ୍ବଲପୁର: ଗତକାଲି ରାତିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରାତ୍ରିଯାପନ କରିଛନ୍ତି। ରାତିରେ ସର୍କିଟ ହାଉସରେ ଅବସ୍ଥାନ ପରେ ଆଜି ପ୍ରଥମେ ଭିଏସଏସ ଷ୍ଟାଡିୟମକୁ ଯାଇ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ପରେ ସେଠାରେ ଖେଳାଳିଙ୍କ ସହ କ୍ରିକେଟ ଖେଳିଥିଲେ। ପିଲାଙ୍କ ସହ ଖେଳିବା ବେଳେ ସେ ତାଙ୍କ ଛାତ୍ର ଜୀବନରେ କ୍ରୀଡା ଛାତ୍ରାବାସରେ ବିତାଇଥିବା ଦିନକୁ ସ୍ମରଣ କରିଥିଲେ। ସେଠାରୁ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ [...]

Admin•February 11, 2024
Share Article:
ସମ୍ବଲପୁରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ସମୀକ୍ଷା

ସମ୍ବଲପୁର: ଗତକାଲି ରାତିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରାତ୍ରିଯାପନ କରିଛନ୍ତି। ରାତିରେ ସର୍କିଟ ହାଉସରେ ଅବସ୍ଥାନ ପରେ ଆଜି ପ୍ରଥମେ ଭିଏସଏସ ଷ୍ଟାଡିୟମକୁ ଯାଇ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ପରେ ସେଠାରେ ଖେଳାଳିଙ୍କ ସହ କ୍ରିକେଟ ଖେଳିଥିଲେ। ପିଲାଙ୍କ ସହ ଖେଳିବା ବେଳେ ସେ ତାଙ୍କ ଛାତ୍ର ଜୀବନରେ କ୍ରୀଡା ଛାତ୍ରାବାସରେ ବିତାଇଥିବା ଦିନକୁ ସ୍ମରଣ କରିଥିଲେ।

ସେଠାରୁ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ମହାନଦୀ ମିନି ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ବକ୍ତବ୍ଯ ରଖି ସମ୍ବଲପୁରର କ୍ରୀଡା ସଂସ୍କୃତି ବେଶ ସମୃଦ୍ଧ ବୋଲି କହିଥିଲେ। ଏହାକୁ ଦୃଷ୍ଟିରେ ରଖି ବୁର୍ଲାରେ ୨୭ କୋଟି ବ୍ୟୟରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହକି ଏବଂ ଇନଡୋର ଷ୍ଟାଡିୟମ ପାଇଁ ୧୦୦ କୋଟିର ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭିଏସଏସ ଷ୍ଟାଡିୟମର ବିକାଶ ସହିତ ନୂତନ ଫୁଟବଲ ଏକାଡେମୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଏଥିରେ ୩୫୦ କୋଟି ଖର୍ଚ୍ଚ ହେବ। ଏହା ଏହି ଅଞ୍ଚଳର କ୍ରୀଡ଼ାକୁ ଅଧିକ ବଳ ଦେବ ବୋଲି ସେ ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles