News Room Odisha
BREAKING
Odia

ସମ୍ବଲପୁର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ସମ୍ବଲପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ୱଲପୁର ଜିଲ୍ଲା ଗସ୍ତ କରିଛନ୍ତି । ଆଜି ସକାଳ ୬ଟାରେ ପାଣ୍ଡିଆନ ସମ୍ବଲପୁରରେ ପ୍ରଥମ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶ୍ରେଣୀରେ ଏଥିରେ ୪ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କହିଥିଲେ ଯେ, ସମ୍ବଲପୁରରେ ଭଲ କ୍ରୀଡା ସଂସ୍କୃତି ରହିଛି। ଜିଲ୍ଲାରେ କ୍ରୀଡାର ଆହୁରି ବିକାଶ ଯେଭଳି ହେବ, [...]

Admin•February 11, 2024
Share Article:
ସମ୍ବଲପୁର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ସମ୍ବଲପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ୱଲପୁର ଜିଲ୍ଲା ଗସ୍ତ କରିଛନ୍ତି । ଆଜି ସକାଳ ୬ଟାରେ ପାଣ୍ଡିଆନ ସମ୍ବଲପୁରରେ ପ୍ରଥମ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶ୍ରେଣୀରେ ଏଥିରେ ୪ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କହିଥିଲେ ଯେ, ସମ୍ବଲପୁରରେ ଭଲ କ୍ରୀଡା ସଂସ୍କୃତି ରହିଛି। ଜିଲ୍ଲାରେ କ୍ରୀଡାର ଆହୁରି ବିକାଶ ଯେଭଳି ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥା କରିବାକୁ କହିଥିବା ୫-ଟି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ନିକଟରେ ବୁର୍ଲାରେ ୨୭ କୋଟି ଟଙ୍କା ବ୍ୟୟରେ ଏକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡା ସମ୍ବଲପୁର ଫୁଟବଲ ଏକାଡେମୀ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରାଯାଇଛି। ଏଥିରେ ହକି ଷ୍ଟାଡିୟମ ଓ ଇଣ୍ଡୋର ସ୍ପୋର୍ଟସ ପାଇଁ ମଧ୍ୟ ବ୍ୟବସ୍ଥା ରହିବ ବୋଲି ପାଣ୍ଡିଆନ କହିଛନ୍ତି।ଏହାଛଡା ଏକ ନୂଆ ଫୁଟବଲ ଷ୍ଟାଡିୟମର ନିର୍ମାଣ ଓ ଭିଏସଏସ କ୍ରିକେଟ ଷ୍ଟାଡିୟମର ଆଧୁନିକୀକରଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଥିଲେ ୫-ଟି ଅଧ୍ୟକ୍ଷ ।

ଭିଏସଏସ ଷ୍ଟାଡିୟମ ଯାଇ ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ। ନିଜେ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଜଣେ କ୍ରୀଡାବିତ ଥିଲେ ଓ ସ୍ପୋର୍ଟସ ହଷ୍ଟେଲରେ ରହୁଥିଲେ । ଆଉ ଖେଳାଳିମାନଙ୍କ ସ‌ହ ଆଲୋଚନାରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ ୫-ଟି ଅଧ୍ୟକ୍ଷ। ସେ କ୍ରିକେଟ ବି ଖେଳିଥିଲେ । ପରେ ସେ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର)ର ବିକାଶ ନେଇ ଏହାର ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଜମି ଉପଲବ୍ଧ ଅନୁସାରେ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ୫-ଟି ଅଧ୍ୟକ୍ଷ ସୂଚନା ଦେଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ବିକାଶ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ମା’ ସମଲେଶ୍ବରୀଙ୍କ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ ପାଣ୍ଡିଆନ। ସେ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରି ନୂଆ ବ୍ୟବସ୍ଥା ନେଇ ମତାମତ ଲୋଡ଼ିଥିଲେ। ସମଲେଇ ପ୍ରକଳ୍ପରେ କରାଯାଇଥିବା ସୁବିଧା ନେଇ ଶ୍ରଦ୍ଧାଳୁମାନେ ସନ୍ତୋଷ ପ୍ରକାଶ କରିଥିଲେ।

#Odia#Odisha#News
Share Article:

Related Articles