News Room Odisha
BREAKING
Odia

ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -ବିଶ୍ଵର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜିର ଭୁବନେଶ୍ଵର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନୀ ସମାରୋହରେ କଗ୍ନିଜେଣ୍ଟର ସିଇଓ ରବି କୁମାର, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ [...]

Admin•February 11, 2024
Share Article:
ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -ବିଶ୍ଵର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜିର ଭୁବନେଶ୍ଵର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନୀ ସମାରୋହରେ କଗ୍ନିଜେଣ୍ଟର ସିଇଓ ରବି କୁମାର, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ କମ୍ପାନୀର ବରିଷ୍ଠ ନେତୃତ୍ୱ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପ୍ରଗତି ଯାତ୍ରାର ଏହା ଆଉ ଏକ ସଫଳ କାହାଣୀ । ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟର ଅଧିକାରୀ କଗ୍ନିଜେଣ୍ଟ ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ଭୁବନେଶ୍ୱରକୁ ଦେଶର ଅନ୍ୟତମ ସହର ଭାବରେ ଯୋଡ଼ିଛି । ରାଜ୍ୟ ଦୃଢ଼ ଆତ୍ମବିଶ୍ୱାସର ସହ ଆଗେଇଚାଲିଛି । ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନ ଏବଂ ନୂତନ ଯୁଗର ଚିନ୍ତାଧାରାକୁ ପ୍ରୋତ୍ସାହିତ କରି ଏକ ସୁଦୃଢ଼ ଇକୋସିଷ୍ଟମଦ୍ୱାରା ଓଡ଼ିଶା ବିକାଶର ପଥକୁ ଅଧିକ ସଂପ୍ରସାରିତ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଗ୍ନିଜେଣ୍ଟର ଉପସ୍ଥିତି ଓଡ଼ିଶାର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । କମ୍ପାନୀର ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ।

କଗ୍ନିଜେଣ୍ଟର ସିଇଓ ଏସ୍ ରବି କୁମାର କହିଛନ୍ତି ଯେ ଭୁବନେଶ୍ୱରର ଏହି ନୂଆ ବୈଷୟିକ କେନ୍ଦ୍ରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ଉତ୍ସାହିତ । ଭୁବନେଶ୍ଵରରେ ଏକ ନୂତନ କେନ୍ଦ୍ର ଖୋଲିବା ସହିତ ଟାୟାର-୨ ସହରରେ ଆମର ସମ୍ପ୍ରସାରଣ କରିଥିବାରୁ ଆମେ ଉତ୍ସାହିତ । ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି, ବୈଷୟିକ ଶିକ୍ଷାନୁଷ୍ଠାନ, ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ଆମକୁ ଆକର୍ଷିତ କରିଛି । ଆମ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଓଡିଶାରେ କଗ୍ନିଜେଣ୍ଟର ଉପସ୍ଥିତି ରାଜ୍ୟର ସୂଚନାପ୍ରଯୁକ୍ତି ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବ ବୋଲି ସେ କହିଥିଲେ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ନିବେଶ ତଥା ସଂପ୍ରସାରଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏହି ସେଣ୍ଟର ପ୍ରତିଷ୍ଠା ଦ୍ୱାରା ରାଜ୍ୟର ବୈଷୟିକ ଅଭିବୃଦ୍ଧି ହୋଇପାରିବ । ଅଧିକନ୍ତୁ, ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇପାରିବ ।

ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର କହିଥିଲେ ଯେ, ଓଡ଼ିଶାକୁ ଆଇଟି କମ୍ପାନୀମାନଙ୍କ ପ୍ରଥମ ପସନ୍ଦ କରିବାରେ ଆମେ ସମସ୍ତ ପ୍ରଚେଷ୍ଟା ଜାରିରଖିଛୁ । ଯାହାଦ୍ୱାରା ଆଜି ଓଡ଼ିଶା ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହୋଇପାରିଛି । ଭୁବନେଶ୍ୱରରେ କଗ୍ନିଜେଣ୍ଟ ପ୍ରୟୋଗକେନ୍ଦ୍ର ରାଜ୍ୟର ଆଇ.ଟି. ଇକୋସିଷ୍ଟମ୍‍କୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶାର ଯୁବକ-ଯୁବତୀମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, କଗ୍ନିଜେଣ୍ଟର ଏହି ନୂତନ କେନ୍ଦ୍ରରେ ଅତ୍ୟାଧୁନିକ ବୈଷୟିକ ଦକ୍ଷତାସମ୍ପନ୍ନ ୮୦୦ରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କ କାର୍ଯ୍ୟକରିବା ପାଇଁ ଯୋଜନା କରାଯାଇଛି ।

#Odia#Odisha#News
Share Article:

Related Articles