ଶ୍ରୀ ମହାପ୍ରସାଦ, ଅନ୍ନବ୍ରହ୍ମ, ଅଭଡ଼ା କୁ କାହିଁକି ଆସନ ଉପରେ ବସିକି ଖାଇବାକୁ ବାରଣ କରାଯାଇଛି ?
ଶ୍ରୀ ମହାପ୍ରସାଦର ଅନ୍ୟ ନାମ ହେଉଛି ଅଭଡ଼ା । ନ-ବାଢ଼ିକି କୁଡ଼ିଆରେ ଖାଇବାର ବିଧି ଥିବାରୁ ତାକୁ ଅଭଡ଼ା କୁହାଯାଏ । ଶ୍ରୀ ଜଗନ୍ନାଥ ସଂସ୍କୃତି କହୁଛନ୍ତି – ଶ୍ରୀ ଜଗନ୍ନାଥଙ୍କ ପାଖରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ । କେହି ଛୁଆଁ ନୁହେଁ, କେହି ଅଛୁଆଁ ନୁହେଁ – ସମସ୍ତେ ସମାନ । ଅଭଡ଼ା ଖାଇଲା ବେଳେ, ଆନନ୍ଦରେ ତଳେ ବସି ସମସ୍ତେ ମିଳିମିଶି ଖାଇଲେ ଅଭଡ଼ାକୁ ସମ୍ମାନ ଦିଆଯାଏ । [...]
ଶ୍ରୀ ମହାପ୍ରସାଦର ଅନ୍ୟ ନାମ ହେଉଛି ଅଭଡ଼ା । ନ-ବାଢ଼ିକି କୁଡ଼ିଆରେ ଖାଇବାର ବିଧି ଥିବାରୁ ତାକୁ ଅଭଡ଼ା କୁହାଯାଏ । ଶ୍ରୀ ଜଗନ୍ନାଥ ସଂସ୍କୃତି କହୁଛନ୍ତି – ଶ୍ରୀ ଜଗନ୍ନାଥଙ୍କ ପାଖରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ । କେହି ଛୁଆଁ ନୁହେଁ, କେହି ଅଛୁଆଁ ନୁହେଁ – ସମସ୍ତେ ସମାନ । ଅଭଡ଼ା ଖାଇଲା ବେଳେ, ଆନନ୍ଦରେ ତଳେ ବସି ସମସ୍ତେ ମିଳିମିଶି ଖାଇଲେ ଅଭଡ଼ାକୁ ସମ୍ମାନ ଦିଆଯାଏ । ଆସନରେ ବସି ଖାଇଲେ, ଆସନ ହୋଇଯାଏ ଉଚ୍ଚ, ଅଭଡ଼ା ହୋଇଯାଏ ନିଚ, ଏହାଦ୍ଵାରା ଅଭଡ଼ାକୁ ଅସମ୍ମାନ କରାଯାଏ ।
ଶ୍ରୀ ଜଗନ୍ନାଥ, ଶ୍ରୀ ନୀଳଚକ୍ର ଓ ଶ୍ରୀ ମହାପ୍ରସାଦ ଏହି ୩ ଜଣ ହେଉଛନ୍ତି ପ୍ରଭୁଙ୍କର ଅଙ୍ଗ ବିଶେଷ । ଏଥିରେ ଭେଦ ଭାବ ସୃଷ୍ଟି କରୁଥିବା ଲୋକ ଅଜ୍ଞତାର ପରିଚୟ ଦେଇଥାଏ ।
ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଓ ନୀଳ ଚକ୍ରର ବାନାକୁ ଚାହିଁବାରେ ଯେତିକି ପୁଣ୍ୟ ଥାଏ, ତା’ଠାରୁ ବେଶି ପୁଣ୍ୟ ମିଳେ ମହାପ୍ରସାଦ ଖାଇବାରେ । କାରଣ ଏହା ଗଙ୍ଗାଜଳ ପରି ବାହାର ଭିତର ସବୁକୁ ପବିତ୍ର କରିଦିଏ । ଶ୍ରୀ ମହାପ୍ରସାଦକୁ ଅସମ୍ମାନ କରିବା ଅର୍ଥ ହେଉଛି ଶ୍ରୀ ଜଗନ୍ନାଥଙ୍କୁ ଅସମ୍ମାନ କରିବା । ଯେଉଁ ଅନ୍ନକୁ ରାନ୍ଧିବା ପାଇଁ ମାଁ’ ଲକ୍ଷ୍ମୀ ରୋଷଶାଳାରେ ବିଜେ କରି ରନ୍ଧନ କାର୍ଯ୍ୟର ଦାୟିତ୍ଵ ନେଇ ଥାଆନ୍ତି । ଅନ୍ନ ଜଗନ୍ନାଥଙ୍କୁ ଭୋଗ ଦେଲା ପରେ ତାହା ପ୍ରସାଦରେ ପରିଣତ ହୁଏ ଓ ଯେଉଁ ପ୍ରସାଦ ମାଁ’ ବିମଳାଙ୍କ ପାଖରେ ଭୋଗ ହୁଏ ତାହା ମହାପ୍ରସାଦ ବା କୈବଲ୍ୟରେ ପରିଣତ ହୁଏ । ସେ କୈବଲ୍ୟକୁ ସାମାନ୍ୟ ଅନ୍ନ କହିବାର କାହାର କ୍ଷମତା ଅଛି ?
ଏହି ମହାପ୍ରସାଦକୁ ଆଘ୍ରାଣ କରିବା ପାଇଁ ସ୍ୱର୍ଗର ଦେବତାମାନେ ମଧ୍ୟ ବ୍ୟାକୁଳ ହୋଇ ଉଠନ୍ତି। କଥାରେ ଅଛି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଶିବ ଏକା ଏକା ପାର୍ବତୀଙ୍କୁ ନ ଦେଇ ଥିବାରୁ ପାର୍ବତୀ ତପସ୍ୟାରେ ବସିଥିଲେ । ମାଁ’ ଲକ୍ଷ୍ମୀଙ୍କର ଦୁଆର ଓଳାଇ ପ୍ରତିଦିନ ଚାଲି ଆସୁଥିଲେ । ମାଁ’ ଲକ୍ଷ୍ମୀ ଜାଣିପାରି ତାଙ୍କୁ ସମ୍ମାନର ସହ ନେଇ ନିଜେ ମହାପ୍ରସାଦ ଖୁଆଇଥିଲେ ।
ଶ୍ରୀ ମହାପ୍ରସାଦକୁ ପିତୃ ଶ୍ରାଦ୍ଧରେ ଅର୍ପଣ କଲେ, ଦୁଃଖୀ, ଦରିଦ୍ରକୁ ବାଣ୍ଟିଲେ ପିତୃପୁରୁଷମାନେ ମୁକ୍ତି ପାଇଥାଆନ୍ତି । ଶ୍ରାଦ୍ଧ ଦିନ ପିତୃପୁରୁଷ ବଡ଼ ଆଶ୍ରାକରି ଆସିଥାନ୍ତି ମହାପ୍ରସାଦ କାଣିଚାଏ ପାଇବେ ବୋଲି । ସବୁ ଶୁଭ କାର୍ଯ୍ୟରେ ମହାପ୍ରସାଦକୁ ଛୁଇଁବାକୁ ପଡ଼ିଥାଏ । ପ୍ରତିଦିନ ଯେଉଁମାନେ ମହାପ୍ରସାଦ ସେବନ କରନ୍ତି ସେମାନଙ୍କ ଜୀବନ ଧନ୍ୟ ହୋଇଥାଏ ।
ମହାପ୍ରସାଦକୁ ସୁଖାଇ ତାକୁ ନିର୍ମାଲ୍ୟ କରି କନା ମୁଣିରେ ପୁରାଇ ବିକ୍ରିକରାଯାଏ । ଏଥିପାଇଁ ଶ୍ରୀମନ୍ଦିରରେ ନିର୍ମାଲ୍ୟ ଖଳା ରହିଛି । ସେହି ଖଳାକୁ ଦେଖିବାପାଇଁ ଭକ୍ତମାନେ ସେଠାକୁ ଯାଇ ଦର୍ଶନ କରିଥାନ୍ତି । ମୃତ୍ୟୁ ସମୟ ଉପସ୍ଥିତ ହେଲେ ନିର୍ମାଲ୍ୟ ପାଣି ଟିକିଏ ପାଟିରେ ଦେଲେ ଆତ୍ମାର ସଦ୍ଗତି ହୁଏ, ଏ ବିଶ୍ବାସ ପ୍ରତ୍ୟେକ ହିନ୍ଦୁମାନଙ୍କର ରହିଛି ।
ତେଣୁ ଶାସ୍ତ୍ର କୁହେ – ମହାପ୍ରସାଦ ‘“ପ୍ରାପ୍ତ ମାତ୍ରେଣ ଭୋକ୍ତବ୍ୟ’” । ମହାପ୍ରସାଦର ନାମ ଶୁଣିବା ମାତ୍ରେ ଯେଉଁମାନଙ୍କର ଲାଳସା ଜାଗ୍ରତ ହୁଏ ସେହିମାନେ ଶ୍ରୀ ଜଗନ୍ନାଥଙ୍କର କରୁଣାର ପାତ୍ର ହୋଇଥାନ୍ତି । ମହାପ୍ରସାଦକୁ “ବାସୀ ” ବୋଲି କହିଲେ ମନୁଷ୍ୟ ପାପ ଗ୍ରସ୍ଥ ହୁଏ । ମହାପ୍ରସାଦକୁ ନିନ୍ଦାକଲେ ମନୁଷ୍ୟ ମହାନରକରେ ପତିତ ହୁଏ । ପ୍ରତିଦିନ ନିର୍ମାଲ୍ୟ ସେବନ କରିବା ପରେ ବୈଷ୍ଣବମାନେ ଅନ୍ନ ଗ୍ରହଣ କରିଥାନ୍ତି, କଥାରେ ଅଛି-
ମହାପ୍ରସାଦ ବାଣ୍ଟିଣ ଖାଇବ,
ଶେଷେ ମୁଣ୍ଡେ ହାତ ବୁଲାଇବ ||
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଆଜିଠାରୁ ୫ଟି ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
