ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକି : ନେଦରଲ୍ୟାଣ୍ଡସକୁ ହରାଇ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକିରେ ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତ, ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ହରାଇ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ସୁଟଆଉଟରେ ନେଦରଲ୍ୟାଣ୍ଡସକୁ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିଥିଲା । ଆଜିର ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ହୋଇଥିଲା । ମ୍ୟାଚର ୧୩ତମ ମିନିଟରେ ହାର୍ଦ୍ଦିକ ସିଂହ ଗୋଲ୍ [...]
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକିରେ ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତ, ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ହରାଇ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ସୁଟଆଉଟରେ ନେଦରଲ୍ୟାଣ୍ଡସକୁ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିଥିଲା । ଆଜିର ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ହୋଇଥିଲା । ମ୍ୟାଚର ୧୩ତମ ମିନିଟରେ ହାର୍ଦ୍ଦିକ ସିଂହ ଗୋଲ୍ ସ୍କୋର କରି ଭାରତକୁ ଆଗୁଆ କରିଥିଲେ । କିନ୍ତୁ ମ୍ୟାଚର ୩୦ତମ ମିନିଟରେ ନେଦରଲ୍ୟାଣ୍ଡସର ଜାନସେନ ଜିପ୍ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ସମାନ ସ୍ତରକୁ ନେଇ ଆସିଥିଲେ । ଏହାପରେ ପ୍ରତିପକ୍ଷ ଦଳ ମ୍ୟାଚର ୩୯ ତମ ମିନିଟରେ ଆଉ ଗୋଟିଏ ଗୋଲ୍ ଦେଇ ୨-୧ରେ ଆଗୁଆ ରହିଥିଲା। ବିଜେନ କୋଏନ ସିଂ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ୫୮ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲଟି କର୍ଣ୍ଣରରୁ ଗୋଲ୍ ଦେଇ ସ୍ଥିତିକୁ ୨-୨ କୁ ନେଇ ଆସିଥିଲେ । ନିର୍ଦ୍ଧାରିତ ସମୟର ଖେଳ ୨-୨ ଗୋଲରେ ରହିବାରୁ ସୁଟ ଆଉଟର ସହାୟତା ନିଆଯାଇଥିଲା।
ଧର୍ମଗଡ଼ ସଡକ ଦୁର୍ଘଟଣାରେ ଜୀବନ ହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଅନୁକମ୍ପାମୂଳକ ସହାୟତା ଘୋଷଣା
Next Articleଗୀତା ଉପଦେଶ:- ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ ଅଟେ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
