କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ; ଏକ ମାସ ପାଇଁ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର (ଫେବୃଆରୀ ୧୩) ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଛନ୍ତି । କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। [...]
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର (ଫେବୃଆରୀ ୧୩) ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଛନ୍ତି । କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିଛି। ସୂଚନାନୁସାରେ, କୃଷକମାନେ ପଞ୍ଜାବରୁ ଟ୍ରାକ୍ଟର ଏବଂ ଟ୍ରଲି ସହ ବହୁ ସଂଖ୍ୟାରେ କୃଷକମା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ହରିୟାଣାରେ ବି ଏହି ଚାଷୀ ମାନଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତି ଚାଲିଛି।
ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଦିଲ୍ଲୀର ସମସ୍ତ ସୀମାରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ ହୋଇଛି। କୃଷକମାନଙ୍କୁ ଅଟକାଇବା ପାଇଁ ଦିଲ୍ଲୀର ସବୁ ସୀମାରେ କଂକ୍ରିଟ ବ୍ଲକ୍ ସହ ରାସ୍ତାରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି । ଏହାଛଡ଼ା ଚଣ୍ଡିଗଡ଼ରେ ଦୁଇମାସ ପାଇଁ ନିଷେଧାଦେଶ ଲାଗୁ କରାଯାଇଛି। ହରିୟାଣାରେ ଅମ୍ବାଲା, ସିର୍ସା, ରୋହତକ, ସୋନିପତ, ଝାଜର, ଜିନ୍ଦ୍, କୁରୁକ୍ଷେତ୍ର, ଆଦି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୃଷକ ନେତାଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।
କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଦୁଇଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି। ଅମ୍ବାଲା ନିକଟ ଶମ୍ଭୁ ସୀମାରେ ପଞ୍ଜାବ ସୀମାକୁ ସିଲ୍ କରାଯାଇଛି। ଜିନ୍ଦ ଏବଂ ଫତେହାବାଦରେ ପୋଲିସ ଓ ପ୍ରଶାସନ ହାଇ ଆଲର୍ଟରେ ରହିଛି। କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ସୋସିଆଲ ମିଡିଆ ଉପରେ ବା କଡ଼ା ନଜର ରଖାଯାଇଛି।
କେନ୍ଦ୍ର ସରକାର କୃଷକ ମାନଙ୍କୁ ଆଜି ଏକ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି। ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ସହ ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବର ଅଧିକାଂଶ କୃଷକ ସଂଗଠନ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଆଇନଗତ ଗ୍ୟାରେଣ୍ଟି ଦେବାକୁ ଦାବି କରୁଛନ୍ତି।
ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି, ରଘୁରାମ ରାଜନଙ୍କୁ ମଧ୍ୟ ଟିକେଟ୍ ଦେବ କଂଗ୍ରେସ
Next ArticleKalinga Literary Festival 2024 concludes
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
