News Room Odisha
BREAKING
Odia

କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଜମି ସେଟେଲମେଣ୍ଟ ଆଇନରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ଦେବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ [...]

Admin•February 12, 2024
Share Article:

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଜମି ସେଟେଲମେଣ୍ଟ ଆଇନରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ଦେବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ସହାୟତା ।ଏଥିପାଇଁ ୯୫୯ ଦଶମିକ ୫ କୋଟି ଟଙ୍କା ଖର୍ଚ୍ଚ ହେବ । ୯୫. ୯୦ ଲକ୍ଷ ପରିବାରକୁ ମିଳିବ ଏହି ସହାୟତା।

#Odia#Odisha#News
Share Article:

Related Articles