କେନ୍ଦ୍ର ସହ ଆଲୋଚନା ବିଫଳ, ଆଜି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡ଼ାକରା, ସୁରକ୍ଷା କଡ଼ାକଡ଼ି
ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ୨୦୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । କୃଷକମାନେ ଟ୍ରାକ୍ଟର ଓ ଟ୍ରଲି ସହ ଦିଲ୍ଲୀ ଆଡେ ମୁହାଁଉଛନ୍ତି । ଏଥିପାଇଁ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସବୁ ପ୍ରବେଶ ପଥ ସିଲ୍ କରାଯିବା ସହ ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି [...]
ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ୨୦୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । କୃଷକମାନେ ଟ୍ରାକ୍ଟର ଓ ଟ୍ରଲି ସହ ଦିଲ୍ଲୀ ଆଡେ ମୁହାଁଉଛନ୍ତି । ଏଥିପାଇଁ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସବୁ ପ୍ରବେଶ ପଥ ସିଲ୍ କରାଯିବା ସହ ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି ।
ଆଜିର ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ କୃଷକ ନେତାଙ୍କୁ ସୋମବାର ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କେନ୍ଦ୍ର ସରକାର । ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାର କୌଣସି ନିଷ୍କର୍ସ ବାହାରିନଥିଲା। ତେଣୁ କୃଷକମାନେ ସେମାନଙ୍କ ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ସହ ଆଗେଇ ଯିବାକୁ ଘୋଷଣା କରିଛନ୍ତିି। ସରକାର ଆମ ଦାବି ପୂରଣ କରିବାକୁ ଗମ୍ଭୀର ନୁହନ୍ତି ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି।
କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ରହିଛି। ସୂଚନାନୁସାରେ, କୃଷକମାନେ ପଞ୍ଜାବରୁ ଟ୍ରାକ୍ଟର ଏବଂ ଟ୍ରଲି ସହ ବହୁ ସଂଖ୍ୟାରେ କୃଷକମା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ହରିୟାଣାରେ ବି ଏହି ଚାଷୀ ମାନଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତି ଚାଲିଛି।
ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଦିଲ୍ଲୀର ସମସ୍ତ ସୀମାରେ ଆସନ୍ତା ଏକ ମାସ ପାଇଁ ୧୪୪ ଧାରା ଲାଗୁ ହୋଇଛି। କୃଷକମାନଙ୍କୁ ଅଟକାଇବା ପାଇଁ ଦିଲ୍ଲୀର ସବୁ ସୀମାରେ କଂକ୍ରିଟ ବ୍ଲକ୍ ସହ ରାସ୍ତାରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି । ଏହାଛଡ଼ା ଚଣ୍ଡିଗଡ଼ରେ ଦୁଇମାସ ପାଇଁ ନିଷେଧାଦେଶ ଲାଗୁ କରାଯାଇଛି। ହରିୟାଣାରେ ଅମ୍ବାଲା, ସିର୍ସା, ରୋହତକ, ସୋନିପତ, ଝାଜର, ଜିନ୍ଦ୍, କୁରୁକ୍ଷେତ୍ର, ଆଦି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୃଷକ ନେତାଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।
କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଦୁଇଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି। ଅମ୍ବାଲା ନିକଟ ଶମ୍ଭୁ ସୀମାରେ ପଞ୍ଜାବ ସୀମାକୁ ସିଲ୍ କରାଯାଇଛି। ଜିନ୍ଦ ଏବଂ ଫତେହାବାଦରେ ପୋଲିସ ଓ ପ୍ରଶାସନ ହାଇ ଆଲର୍ଟରେ ରହିଛି। କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ସୋସିଆଲ ମିଡିଆ ଉପରେ ବା କଡ଼ା ନଜର ରଖାଯାଇଛି।
ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଶୀଘ୍ର: ବନ ବିଭାଗର ପ୍ରସ୍ତୁତି
Next ArticleOCAC Bags Prestigious SKOCH E-governance Award For Mo Sarkar
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
